ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢ଼ା ଏବେ ନିଜ ନିର୍ବନ୍ଧକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଏହି ଦମ୍ପତି ଦିଲ୍ଲୀରେ ନିର୍ବନ୍ଧ କରିଥିଲେ। ଉଭୟଙ୍କ ନିର୍ବନ୍ଧର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିବା ବେଳେ ପ୍ରଶଂସକମାନେ ସେମାନଙ୍କ ଯୋଡିକୁ ବହୁତ ପସନ୍ଦ କରୁଥିବା ଦେଖାଯାଇଛି।
ନିର୍ବନ୍ଧ କରିବା ପରେ ପରିଣୀତି ଏବଂ ରାଘବଙ୍କ ବିବାହ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏମଧ୍ୟରେ ରାଘବଙ୍କ ରାମ୍ପୱାକ୍ ଭିଡିଓ ଭାଇରାଲ ହେବାରେ ଲାଗିଛି। ସୂଚନା ମୁତାବକ, ରାଘବ ଚଢ଼ା ବର୍ଷେ ପୂର୍ବେ ଜଣେ ଡିଜାଇନରଙ୍କ ପାଇଁ ରାମ୍ପୱାକ୍ କରିଥିଲେ, ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓ ଏବଂ ଫଟୋ ଦେଖି ପ୍ରଶଂସକମାନେ ରାଘବଙ୍କୁ ‘ଜିଜାଜୀ’ ବୋଲି କହି ଥଟ୍ଟା କରୁଛନ୍ତି। ରାଘବଙ୍କ ରାମ୍ପରେ ଚାଲିବାର ଫଟୋ ଉପରେ କମେଣ୍ଟ ଦେଇ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ‘ବଲିଉଡରେ ‘ଜିଜାଜୀ’ଙ୍କ ପ୍ରବେଶ’।