
ବିଗ୍ ବସ୍ ର 17 ତମ ସିଜନ୍ ଶୀଘ୍ର ଟିଭି ପରଦାରେ ଆସିବାକୁ ଯାଉଛି, ତେଣୁ ଏହି ଶୋ’କୁ ଯାଉଥିବା ପ୍ରତିଯୋଗୀମାନଙ୍କ ବିଷୟରେ କଳ୍ପନାଜଳ୍ପନା ତୀବ୍ର ହୋଇଛି l ପ୍ରଶଂସକମାନେ ପୂର୍ବରୁ ଜାଣିଛନ୍ତି ଯେ ଏହି ଶୋ ପାଇଁ ଅଙ୍କିତା ଲୋଖଣ୍ଡେ ଏବଂ ତାଙ୍କ ସ୍ୱାମୀ ବିକି ଜୈନ, ଐଶ୍ୱର୍ଯ୍ୟା ଶର୍ମା ଏବଂ ନୀଲ ଭଟ୍ଟଙ୍କ ପ୍ରବେଶ ନିଶ୍ଚିତ ହୋଇସାରିଛି। ତେଣୁ ରିପୋର୍ଟ ଅନୁଯାୟୀ, ସୋ କୁ ଆସିବା ପାଇଁ ମନ୍ନାରା ଚୋପ୍ରାଙ୍କ ନିକଟକୁ ମଧ୍ୟ ମେସେଜ ଯାଇଛି ବୋଲି ଜଣାପଡିଛି।
ମନ୍ନାରା ଚୋପ୍ରା ହେଉଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ପାରିନୀତି ଚୋପ୍ରାଙ୍କ ସମ୍ପର୍କୀୟ ଭଉଣୀ l ସେ ଫିଲ୍ମ ଜିନ୍ ସହିତ 2014 ରେ ବଲିଉଡ ଅଭିନୟରେ ଡେବ୍ୟୁ କରିଥିଲେ। ଏହା ବ୍ୟତୀତ ମନ୍ନା ସାନ୍ଦାରୁଥମ୍, କାଭାଲ୍, ଜାକାନ୍ନା, ଥିକ୍କା, ରୋଖଟା ଏବଂ ସୀତା ସହିତ ତେଲୁଗୁ ସିନେମାରେ ପ୍ରବେଶ କରିଥିଲେ। ନିକଟରେ ସେ ଏକ ଖବରରେ ଚର୍ଚ୍ଚାରେ ଥିଲେ, ଯେତେବେଳେ ଫିଲ୍ମ ନିର୍ମାତା ଏସ୍ ରବି କୁମାର ଚୌଧୁରୀ ତାଙ୍କ ଚଳଚ୍ଚିତ୍ର ଥିରଗବାଡରା ସାମିର ଏକ ଇଭେଣ୍ଟ ସମୟରେ ତାଙ୍କୁ ଗାଲରେ ଚୁମ୍ବନ ଦେଇଥିଲେ।