Monday, May 20, 2024
HomeODISHAକଂଗ୍ରେସ ଦେଲାନି ପଇସା, ଫେରାଇଦେଲେ ଟିକେଟ

କଂଗ୍ରେସ ଦେଲାନି ପଇସା, ଫେରାଇଦେଲେ ଟିକେଟ

ରାଜ୍ୟରେ ବର୍ତ୍ତମାନ ଉତ୍ତପ୍ତ ତାତି ଜନଜବୀନ ଅସ୍ତବ୍ୟସ୍ତ କରି ରଖିଛି । କିନ୍ତୁ ଏହି ତାତିକୁ ବଳି ଯାଉଛି ନିର୍ବାଚନୀ ତାତି । ଆଉ ସାରା ରାଜ୍ୟରେ ନିର୍ବାଚନୀ ମାହୋଲ ଉଷ୍ମ ଥିବା ବେଳେ ଠିକ୍ ନିର୍ବାଚନ ପୂର୍ବରୁ ପ୍ରଦେଶ କଂଗ୍ରେସକୁ ଲାଗିଛି ବଡ଼ ଝଟ୍‌କା । ଗୋଟେପଟେ ରାଜ୍ୟରେ କଂଗ୍ରେସକୁ ପୁଣି ଥରେ ଅଣ୍ଟା ସଳଖ କରି ଛିଡ଼ା କରିବା ପାଇଁ ଲାଗିପଡ଼ିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ଗତକାଲି ତାଙ୍କ ରାୟଗଡ଼ା ଗସ୍ତ ବାତିଲ ହେବା ପରେ ସେ ଭର୍ଚୁଆଲ୍ ମୋଡ୍‌ରେ ଜନସଭାକୁ ସମ୍ବୋଧନ କରିଥିଲେ । ଏହି ଅବସରରେ ସେ ଓଡ଼ିଶାବାସୀଙ୍କୁ ୫ ଗ୍ୟାରେଣ୍ଟି କଥା କହିଥିଲେ । କନ୍ତୁ ଏପଟେ ଦଳ ଏବେ ଯାଏଁ ସବୁ ବିଧାନସଭା ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରି ନଥିବା ବେଳେ ଏବେ ଦଳ ଲାଗି ଏବେ ନୂଆ ଟେନ୍‌ସନ୍ ଆସି ପହଁଞ୍ଚିଛି । ପୁରୀ ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଦେଇଥିବା ସୁଚରିତା ମହାନ୍ତି ଏବେ ଟିକେଟ୍ ଫେରାଇଛନ୍ତି । । ଦଳ ଫଣ୍ଡିଂ ନ ଦେବାରୁ ସୁଚରିତା ଟିକେଟ୍ ଫେରାଇଥିବା ନେଇ ଏଆଇସିସିକୁ ଜଣାଇଛନ୍ତି ।

ବିନା ପାର୍ଟି ଫଣ୍ଡିଂରେ ପ୍ରଚାର କରିବା ସମ୍ଭବ ନୁହେଁ ବୋଲି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଏଆଇସିସି ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳଙ୍କ ନିକଟକୁ ପଠାଇଥିବା ଇ-ମେଲ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ସୁଚରିତା । ବିନା ପାର୍ଟି ଫଣ୍ଡିଂରେ କ୍ୟାମ୍ପେନିଂ କରିବା ସହଜ ନୁହେଁ ବୋଲି କହିଛନ୍ତି ସୁଚରିତା ମହାନ୍ତି । ପୁରୀ ଲୋକସଭା ଅଧୀନ ୭ଟିଯାକ ବିଧାନସଭା ଆସନରେ କଂଗ୍ରେସ ଦୁର୍ବଳ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଥିବା ସେ ଅଭିଯୋଗ ଆଣିଛନ୍ତି । ତାସହ ୪ଟି ବିଧାନସଭା ଆସନରେ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ମଧ୍ୟ ସେ ଅନୁରୋଧ କରିଥିଲେ, କିନ୍ତୁ ପରିବର୍ତ୍ତନ କରାଯାଇନଥିବା ସୁଚରିତା ମହାନ୍ତି କହିଛନ୍ତି ।

ତେବେ ପୁରୀରେ ମେ ୨୫ ତାରିଖରେ ଭୋଟିଂ ହେବ । ଏଥିପାଇଁ ନାମାଙ୍କନ ଭରିବାକୁ ଆଉ ମାତ୍ର ୨, ୩ ଦିନ ରହିଲା । ଏହା ଭିତରେ ସୁଚରିତା ଟିକେଟ୍ ଫେରାଇବା ପରେ ଏହି ଆସନରୁ କଂଗ୍ରେସ ପୁଣି କାହାକୁ ପ୍ରାର୍ଥୀ କରିବ ବୋଲି ଦ୍ୱନ୍ଦ୍ୱ ଉପୁଜୁଛି । ଏଭଳି ସମୟରେ ପୁରୀ ସାଂସଦ ପ୍ରାର୍ଥୀ ଟିକେଟ୍ ଫେରାଇଦେବା ନିହାତି ଭାବେ କଂଗ୍ରେସ ପାଇଁ ଶକ୍ତ ଧକ୍କା । ତେବେ ଦେଖିବାର କଥା ଏହି ଆସନରେ ଦଳ ପୁଣି କାହାକୁ କରୁଛି ପ୍ରାର୍ଥୀ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments