Wednesday, May 8, 2024
HomeODISHAଭୋକ ବିକଳରେ ତାଟିଆ କାମୁଡିବା ଅବସ୍ଥାରେ ବିଜେଡି

ଭୋକ ବିକଳରେ ତାଟିଆ କାମୁଡିବା ଅବସ୍ଥାରେ ବିଜେଡି

ଭୋକ ବିକଳରେ ତାଟିଆ କାମୁଡିବା ଅବସ୍ଥାରେ ବିଜେଡି । ସମ୍ବଲପୁର ଲୋକସଭା କ୍ଷେତ୍ରରେ ମୋଦି ଲହର ଓ ଧର୍ମେନ୍ଦ୍ରଙ୍କ ଲୋକପ୍ରିୟତା ବିଜେଡି ନେତାଙ୍କୁ ଘାଇଲା କଲାଣି । ବିଜେଡି ଆଗ ଧାଡି ନେତା, ସଂଗଠନ ମହାମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ନିଜ ନିର୍ବାଚନୀ ଭାଷଣରେ ତଥ୍ୟ ରଖିବାରେ ବିଫଳ ହେବ ସହ ୨ – ୩ ଟି ଘୋଷିଥିବା ଭାଷଣ ଶୁଣେଇ ମଞ୍ଚରୁ ପ୍ରସ୍ଥାନ କରୁଛନ୍ତି । ବବି ବାବୁ ଆଉ କହିପାରିବେ ବା କଣ ?

ସେପଟେ ରାସେଶ୍ୱରୀ ଦଳ ଛାଡିଲା ପରେ ସଂଗଠନ ଦୁର୍ବଳ ହେଲାଣି, ପ୍ରାର୍ଥୀ ଅଦଳ ବଦଳ କରି ହଟହଟା ହେଲେଣି, ଦେବଗଡ଼ ରାଣୀ ପ୍ରାର୍ଥୀ ହୋଇ ମଧ୍ୟ ନିଜ ଅଂଚଳ ଲୋକଙ୍କ ପ୍ରଶ୍ନରେ ନାଲି ଆଖି ଦେଖାଉଛନ୍ତି ଏବଂ ଖୋଦ ବବି ବାବୁ ମହିଳାଙ୍କ ପ୍ରଶ୍ନରେ ବାଉଳା ହେଇ ଚାଲି ଯାଉଛନ୍ତି । ଏହି ସବୁ ତାଙ୍କର ବିଜେଡିରେ ରହିଥିବା ଦୃଢ ସଂଗଠକ ଭାବମୂର୍ତ୍ତି ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ଓ ଜଣେ ସଂଗଠକ ରୂପେ ସମ୍ବଲପୁର ତଥା ସାରା ରାଜ୍ୟରେ ବିଫଳ ହେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପାଇଁ ବଢୁଥିବା ଜନ ସମର୍ଥନ, ସୁଚିନ୍ତିତ ନିର୍ବାଚନୀ ରଣ କୌଶଳ ଏବଂ ବିଶେଷ ସୂତ୍ରରୁ ପ୍ରାପ୍ତ ଖବର ଅନୁଯାୟୀ ବିଜେଡିରେ ମାନସ ମଙ୍ଗରାଜଙ୍କ ବଢୁଥିବା ପତିଆରା ବବିଙ୍କୁ ଅଡୁଆରେ ପକାଇ ଦେଇଛି ।ଚାରିଆଡେ ଲୋକ କହିବୁଲୁଛନ୍ତି କାଳେ ବବିଙ୍କ ଏହି ଅବସ୍ଥା ଅଣଓଡ଼ିଆ ଅମଲା ଚକ୍ରାନ୍ତ କରିଛନ୍ତି ଓ ତାଙ୍କୁ ସମ୍ବଲପୁର ପଠାଇ ବିଜେଡିରେ କ୍ରୀତଦାସ ପାଲଟିଥିବା ବବି ବାବୁଙ୍କୁ ବଳି ପକାଇଦେଇଛନ୍ତି ।

ସେପଟେ ଅଣଓଡ଼ିଆ ଅମଲା ଷଡଯନ୍ତ୍ର କରି ମୁଖ୍ୟମନ୍ତ୍ରୀଙ୍କୁ ଦୁଇଟି ଆସନରୁ ଠିଆ କରେଇଛନ୍ତି ଓ ଜିତାପଟ ହେଲେ ଗୋଟିଏ ଆସନ ନିଜ ନାଁ ରେ କରିବା ଯୋଜନାରେ ଅଛନ୍ତି ବୋଲି ରାଜ୍ୟର କିଛି ବିଶିଷ୍ଟ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି । କିଛି ଲୋକ କହୁଛନ୍ତି କାଳେ ବିଜେଡି ସୁପ୍ରିମୋ କୁଆଡେ ଜନତାଙ୍କ ଭଗବାନ ପାଲଟିଯାଇଛନ୍ତି ଓ ଲୋକ ଆଶା କରିଥିବା କାମ ବାଦ ଆଉ ଯାହା ଆଶା କରିନଥିବେ ସେ ସବୁ ମଧ୍ୟ କରିଦେଇଛନ୍ତି, କିଛି ଦିନ ତଳେ ବିଜେଡି ନେତା ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସହ ତୁଳନା କରିଛନ୍ତି ଏହି ସବୁ ରୁ ଜଳଜଳ ଜଣାଯାଉଛି ଯେ ଓଡ଼ିଆରେ ଥିବା ଢ଼େଗ ଅତି ଲେମ୍ବୁ ଚିପୁଡ଼ିଲେ ପିତା ସହ ବିଜେଡି ଦଳର କାର୍ଯ୍ୟକଳାପ ଖାପଖାଉଛି ଏବଂ ଆଗାମୀ ଦିନରେ ଏହାକୁ ରସାତଳଗାମୀ ହେବାକୁ କେହି ରୋକି ପାରିବେନାହିଁ ।

ଯାହା ଲାଗୁଛି ଧର୍ମେନ୍ଦ୍ରଙ୍କ କଟାକ୍ଷ ଯୋଡି ଶଙ୍ଖ ବହୁତ ଦୁଃଖ, ଯୋଡି ଫୁଲ ବହୁତ ଭଲ କଥାଟି ସତ ହେବାକୁ ଯାଉଛି ।ଶାସକ ଦଳର ରୂପାନ୍ତରଣ ଡ୍ରାମା ରାଜ୍ୟରେ ପରିବର୍ତ୍ତନର ଖୋରାକ ହେବାପାଇଁ ଯାଉଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments