
ରେଭେନ୍ସା ଏକ କଲେଜ ନୁହେଁ ଏହା ଏକ ଭାବାବେଗ । ରେଭେନ୍ସା ବିଶ୍ୱବିଦ୍ୟାଳୟ ସହ ପୁରାତନ ଛାତ୍ର ଓ ବଡ ବଡ ଶିକ୍ଷାବିତଙ୍କ ସହ ଯୋଡିହୋଇ ରହିଛି ଏକ ଅଲଗା ଭାବାବେଗ । ଏହି ଭାବାବେଗ ସହ ଆରମ୍ଭ ହୋଇଛି ଶୀତଳ ଯୁଦ୍ଧ । କାରଣ ଏବେ ଅସ୍ମିତାର ଚକ୍ରବୁହ୍ୟରେ ଫସିଛି ଓଡ଼ିଶାର ସର୍ବପୁରାତନ ରେଭେନ୍ସା ବିଶ୍ୱବିଦ୍ୟାଳୟ । ୧୮୬୮ ମସିହାରେ କଟକରେ ପ୍ରତିଷ୍ଠା ହୋଇଥିଲା ରେଭେନ୍ସା କଲେଜ ୨୦୦୬ ମସିହାରେ ତାହା ବିଶ୍ୱ ବିଦ୍ୟାଳୟର ମାନ୍ୟତା ପାଇଥିଲା । ବ୍ରିଟିଶ ଶାସନ ସମୟରେ ପ୍ରତିଷ୍ଠା ହୋଇଥିଲା ଏହି ଐତିହାସିକ ବିଶ୍ୱବିଦ୍ୟାଳୟ ।
ସେତେବେଳେ ତତ୍କାଳୀନ ବ୍ରିଟିଶ କମିଶନର ଥୋମାସ ଏଡ଼ୱାର୍ଡ଼ ରେଭେନ୍ସା ଙ୍କ ଉଦ୍ୟମରେ ପ୍ରତିଷ୍ଠା ହୁଏ ଏହି ବିଶ୍ୱବିଦ୍ୟାଳୟ । ରେଭେନସାଙ୍କ ଦୁରଦୃଷ୍ଟି ଥିଲା ଶିକ୍ଷାର ବିକାଶ । ଏହିଠାରୁ ଓଡ଼ିଶାର ବଡ ବଡ ବରପୁତ୍ର ମାନେ ମଧ୍ୟ ଉଚଶିକ୍ଷା ହାସଲ କରିଛନ୍ତି । ଆଉ ଏବେ ବିବାଦରେ ଛନ୍ଦି ହୋଇଛି ରେଭେନ୍ସା ବିଶ୍ୱବିଦ୍ୟାଳୟ । ଏହିଠାରେ ଦିନେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ର ପ୍ରଥମ ବିଧାନସଭା ଅଧିବେଶନ ଅନୁଷ୍ଠିତ ହେଉଥିଲା ଆଜି ତାକୁ ନେଇ ରାଜନୀତି ଜୋର ଧରିଛି । ରେଭେନ୍ସା ନୁହଁ ଓଡ଼ିଆ ଜାତିର ବରପୁତ୍ରଙ୍କ ନାମରେ ନାମିତ କରାଯାଉ ରେଭେନ୍ସା ବିଶ୍ୱବିଦ୍ୟାଳୟ । ଏମିତି ମନ୍ତବ୍ୟ ଦେଇ ଚର୍ଚାକୁ ଆସିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଟକ ପୌର ନିଗମର ସ୍ୱାୟତ୍ତ ଶାସନ ଦିବସ ଅବସରରେ ଏମିତି ପ୍ରତିକ୍ରୟା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ରେଭେନ୍ସା ବିଶ୍ଵବିଦ୍ୟଳୟର ନାମ ପରିବର୍ତନ କରିବା ମୋର ବ୍ୟକ୍ତିଗତ ମତ,ଏଥିପାଇଁ ସେ ତାଙ୍କ ସହ ବିତର୍କ କରିବାକୁ ଆହ୍ୱାନ ମଧ୍ୟ ଦେଇଛନ୍ତି । ନାଁ ପରିବର୍ତନକୁ ନେଇ ବୁଦ୍ଧିଯିବି ମାନେ ଚିନ୍ତା କରିବା ଆବଶ୍ୟକ । ଯେଉଁ ରେଭେନ୍ସା ଙ୍କ ଶାସନ ସମୟରେ ନଅଙ୍କ ଦୁର୍ବୀକ୍ଷ ହୋଇଥିଲା ତାଙ୍କ ନାଁ ରେ ବିଶ୍ୱବିଦ୍ୟାଳରେ ନାମିତ ହେଲେ ଏହା ଓଡ଼ିଆ ଅସ୍ମିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠାରେ ରେଭେନସାଙ୍କ ଅବଦାନ କଣ ବୋଲି ପ୍ରଶ୍ନ ଉଠାଇଛନ୍ତି ଧର୍ମେନ୍ଦ୍ର ।
ତେବେ ଏହାର ଜବାବରେ ମିଶ୍ର ପ୍ରତିକ୍ରୟା ଶୁଣିବାକୁ ମିଳୁଛି । ବିଭିନ୍ନ ମହଲରେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ କୁ ନେଇ ସମାଲୋଚନା କରାଯାଇଛି । ବହୁ ପୁରାତନ ଛାତ୍ର ସୋସିଆଲ ମିଡ଼ିଆ ର ବିଭିନ୍ନ ପ୍ଲାଟଫର୍ମରେ ଏହାକୁ ନିନ୍ଦା କରିଛନ୍ତି । ଯଦି ନାଁ ବଦଳେଇବାକୁ ଚେଷ୍ଟା କରନ୍ତି ତାହେଲେ ନିଆଁ ଜଳିବ ବୋଲି ଚେତାବନୀ ଦେଇଛନ୍ତି କିଛି ପୁରାତନ ଛାତ୍ର ।
ଏଥିରୁ ସ୍ପଷ୍ଟ ବାରି ହୋଇ ପଡିଛି ଯେ ରେଭେନ୍ସା ନାଁ ସହ କେତେ ଭାବାବେଗ ଯୋଡି ହୋଇଛି ଏଠାରୁ ଶିକ୍ଷାଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କର । ଏହାର ବିରୋଧରେ ଅନେକ ବାହାରି କହିଛନ୍ତି ନାଁ କୁ ନେଇ ରାଜନୀତି କରାନଯାଉ । କିଭଳି ଉପଯୁକ୍ତ ଶିକ୍ଷା ଯୋଗାଇଦିଆଯାଇପାରିଆବ ସେଥିପ୍ରତି ଧ୍ୟାନ ଦିଅନ୍ତୁ ନାଁ ପରିବର୍ତନ ର କୌଣସି ଆବଶ୍ୟକତା ନାହିଁ । ସେହିଭଳି ଏହାର ସମର୍ଥନରେ ବାହାରି କିଛି ଛାତ୍ର ସୁବାଷ ବୋଷ ଙ୍କ ନରେ ନାମିତ କରାଯାଉ ବୋଲି ଦାବି କରିଛନ୍ତି ।