ପ୍ୟାରିସ: ଖେଳ ମହାକୁଂଭ ପ୍ୟାରିସ ଅଲମ୍ପିକରେ ଅଳ୍ପକେ ସ୍ବର୍ଣ୍ଣ ପଦକ ଆଶା ହରାଇଛି ଭାରତ | ଅଲମ୍ପିକର ଅଷ୍ଟମ ଦିନରେ ମନୁ ଭକରଙ୍କ ତୃତୀୟ ପଦକ ଆଶା ମଉଳି ଯାଇଛି | ମହିଳା ୨୫ ମିଟର ପିସ୍ତଲରେ ମନୁ ସିଧା ଫାଇନାଲରେ ପ୍ରବେଶ କରିବା ପରେ ଦେଶ ତାଙ୍କଠାରୁ ସ୍ଵର୍ଣ ପଦକ ଆସ କରିଥିଲା | ହେଲେ ଏହି ଇଭେଣ୍ଟରେ ମନୁ ୪ର୍ଥ ସ୍ଥାନରେ ରହିଛନ୍ତି |
ଏହା ପୂର୍ବରୁ ମନୁ ଭାକର ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ଜିତିଥିଲେ | ଏହା ପରେ ମନୁ ଭାକର ଓ ସରବଜୋତ ସିଂହ ମିକସଡ଼ ଟିମ୍ ଇଭେଣ୍ଟରେ ବ୍ରୋଞ୍ଜ ଜିତି ରେକର୍ଡ କରିଥିଲେ |
ମହିଳା ୨୫ ମିଟର ପିସ୍ତଲରେ ବି ମନୁଙ୍କର ପ୍ରଦର୍ଶନ ଭଲ ଥିଲା | ହେଲେ ଫାଇନାଲରେ ଲକ୍ଷ୍ୟ ହରାଇଥିଲେ ଏବଂ ପଦକ ହାତଛଡା କରିଦେଇଥିଲେ | ଏଥିରେ ହଙ୍ଗେରୀର ବେରୋଣିକା ମେଜର ବ୍ରୋଞ୍ଜ ବିଜୟୀ ହୋଇଥିବା ବେଳେ ଦକ୍ଷିଣ କୋରିଆ ସ୍ୱର୍ଣ୍ଣ ଓ ଫ୍ରାନ୍ସ ରୌପ୍ୟ ଜିତି ନେଇଛି।
ପଦକ ହରାଇବା ପରେ ମନୁ ପ୍ରତିକ୍ରିୟା ରଖି କହିଛନ୍ତି, ମୁଁ ମୋର ସର୍ବଶ୍ରେଷ୍ଠ ଚେଷ୍ଟା କରିଥିଲି |