Sunday, May 19, 2024
HomeLOCALନୂଆବର୍ଷ ପୂର୍ବରୁ ଏନକାଉଣ୍ଟର ; କୁଖ୍ୟାତ ଅପରାଧୀ ରଘୁ ଗୋଡ଼ରେ ବାଜିଲା ଗୁଳି

ନୂଆବର୍ଷ ପୂର୍ବରୁ ଏନକାଉଣ୍ଟର ; କୁଖ୍ୟାତ ଅପରାଧୀ ରଘୁ ଗୋଡ଼ରେ ବାଜିଲା ଗୁଳି

ଭୁବନେଶ୍ୱର : ନୁଆ ବର୍ଷ ପୂର୍ବରୁ ରାଜଧାନୀରେ ଫୁଟିଲା ଗୁଳି। ଭୁବନେଶ୍ୱର କମିଶନରେଟ ପୁଲିସକୁ ମିଳିଲା ବଡ଼ ସଫଳତା l କୁଖ୍ୟାତ ଅପରାଧୀ ରଘୁ ବିଶ୍ୱାଳକୁ ଏନକାଉଣ୍ଟର କଲା ପୁଲିସ । ରଘୁ ନାମରେ ରହିଛି ଅନେକ ମାମଲା l ୧୫ଟି ଥାନାରେ ଡକାୟତି ସହ ରାହାଜାନୀ ମାମଲା ରହିଛି। ସେଥି ମଧ୍ୟରୁ ୮ଟି ବନ୍ଧୁକ ଜନିତ ମାମଲା ଅଛି । କୁଖ୍ୟାତ ରବି ରାଓ ଗ୍ୟାଙ୍ଗର ସଦସ୍ୟ ହେଉଛି ରଘୁ ।

ଗତକାଲି ବିଳମ୍ବିତ ରାତିରେ ମଞ୍ଚେଶ୍ଵର୍ ଥାନା ପୋଲିସ ଓ ସ୍ପେସଲ୍ ସ୍କ୍ୱାର୍ଡ ମିଳିତ ଭାବେ ପାଟ୍ରୋଲିଂ କରୁଥିବା ବେଳେ ରଘୁ ଓ ତାଙ୍କର ଜଣେ ସହଯୋଗୀ ପୁନିଆ ନାୟକ ଏକ କେଟିଏମ୍ ବାଇକରେ ଭୁବନେଶ୍ୱର ବାଲିଯାତ୍ରା ପଡିଆ ରାସ୍ତା ଦେଇ ଯାଉଥିଲେ । ଏହି ସମୟରେ ଏମାନଙ୍କୁ ପୋଲିସ ଅଟକାଇବାରୁ ହଠାତ୍ ରଘୁ ନିଜ ମାଉଜର ବାହାର କରି ପୋଲିସ ଉପରକୁ ଗୁଳି ଚଳାଇଥିଲା । ୩ ରାଉଣ୍ଡ ଗୁଳି ମାଡ ମାରିଥିଲେ ରଘୁ l ଏପଟେ ପୋଲିସ ପକ୍ଷରୁ ପାଲଟା ଗୁଳି ଚଳାଇବା ବେଳେ ରଘୁର ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ଘଟଣା ସ୍ଥଳରେ ପଡ଼ି ଯାଇଥିଲା । ପରେ ରଘୁଙ୍କ ସହଯୋଗୀ ପୁନିଆ ଫେରାର ହୋଇଯାଇଥିଲା ।

ପୋଲିସ ରଘୁକୁ କାବୁ କରିଥିବା ବେଳେ ତା ନିକଟରୁ ୭.୫ ଏମ ଏମ ର ଏକ ପିସ୍ତଲ ଜବତ କରିଛି । ଆହତ ଅବସ୍ଥାରେ ରଘୁକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments