Sunday, May 19, 2024
HomeLOCALଶିଶୁ ଅଦଳବଦଳ ଘଟଣା ପରେ କ୍ୟାପିଟାଲ ହସ୍ପିଟାଲରେ ନୂଆ ନିୟମ

ଶିଶୁ ଅଦଳବଦଳ ଘଟଣା ପରେ କ୍ୟାପିଟାଲ ହସ୍ପିଟାଲରେ ନୂଆ ନିୟମ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଘଟଣା ନିକଟରେ ଚଞ୍ଚଲ୍ୟ ସୃଷ୍ଟି କରିଥିଲା l ଏହାପରେ କ୍ୟାପିଟାଲ ହସପିଟାଲ କର୍ତ୍ତପକ୍ଷଙ୍କ ତରଫରୁ ନିଆଯାଇଛି କିଛି ନିଷ୍ପତ୍ତି । ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ଏକ ନୂଆ ନିୟମ ଆଣିଛନ୍ତି । ସମସ୍ତ ନବଜାତ ଶିଶୁଙ୍କ ଗୋଡ଼ରେ ଲାଗିବ ଟ୍ୟାଗ l କୌଣସି ନର୍ସ ଆଉ ଏନେଇ ପରିବାର ବର୍ଗଙ୍କୁ ସୂଚନା ଦେବେ ନାହିଁ l

ଏହି ନୂଆ ନିୟମ ଲାଗୁ ହେବା ପରେ ଅପରେସନ ଥିଏଟରରେ ପ୍ରସୂତିଙ୍କ ନାମ ଓ ରେଜିଷ୍ଟ୍ରେସନକୁ ନେଇ ସୂଚନାକୁ ନେଇ ଏକ ଟ୍ୟାଗ ପ୍ରସ୍ତୁତ କରାଯିବ । ଏହି ଟ୍ୟାଗଙ୍କୁ ନବଜାତ ଶିଶୁଙ୍କ ଗୋଡରେ ବନ୍ଧାଯିବ । ସିଜରିଆରନ ଅବା ସ୍ୱାଭାବିକ ପ୍ରସୂତିଙ୍କୁ ତୁରନ୍ତ ଶିଶୁ ସମ୍ପର୍କରେ ସୂଚନା ଦିଆଯିବ । ଆଉ ଶିଶୁଟିକୁ ମାଆଙ୍କୁ ପ୍ରତ୍ୟକ୍ଷ ଭାବେ ଦେଖାଯିବ । ପୁଅ ହୋଇଛି ଅବା ଝିଅ, ତାହା କୌଣସି ନର୍ସ ଯାଇ ଆଉ ସୂଚନା ଦେବେନାହିଁ । ଯେଉଁ ଡାକ୍ତର ପିଲାଟିକୁ ଜନ୍ମ କରାଇବେ କେବଳ ସେ ହିଁ ଏନେଇ ମାଆଙ୍କୁ ଅବଗତ କରାଇବେ ।

ଅନ୍ୟପଟେ ଗତ ୨୬ ତାରିଖରେ ଅଭିଯୋଗ ହୋଇଥିବା ଶିଶୁ ଅଦଳବଦଳ ଘଟଣାରେ ମା ସଙ୍ଗେ ଝିଅର ଡିଏନଏ ରିପୋର୍ଟ ଆସିଛି । ଏହାପରେ ସ୍ପଷ୍ଟ ହୋଇସାରିଛି କି ଅଭିଯୋଗକରିଙ୍କ ଅଭିଯୋଗ ଭୁଲ ଥିଲା ଓ ଡାକ୍ତରୀ କର୍ତ୍ତୃପକ୍ଷ ଠିକ ଥିଲେ l ରିପୋର୍ଟ ଅନୁସାରେ, ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ଝିଅ ହୋଇଥିବା ଜଣାପଡିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments