Sunday, May 19, 2024
HomeLOCALହସ୍ପିଟାଲକୁ ବଦନାମ କରିଥିବାରୁ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ

ହସ୍ପିଟାଲକୁ ବଦନାମ କରିଥିବାରୁ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲର ନବଜାତ ଶିଶୁ ଅଦଳବଦଳ ମାମଲାର ସତ୍ୟତା କାଲି ସ୍ପଷ୍ଟ ହେବା ପରେ ଆଜି ଏହା ପୁଣି ଏକ ନୂଆ ମୋଡ଼ା ନେଇଛି l ଡିଏନ୍ଏ ରିପୋର୍ଟ ଆସିବା ପରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଜଣେ ଲୋକର ହୀନ ମାନସିକତା ପାଇଁ ଆଜି ହସ୍ପିଟାଲର ନାଁ ବଦନାମ ହେଲା । ତେଣୁ ଶିଶୁର ବାପା ତଥା ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ବିରୋଧରେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ ।

ଗତ ସେପ୍ଟେମ୍ବର ୨୬ ଦିନ କ୍ୟାପିଟାଲ ହସ୍ପିଟାଲରେ ପ୍ରଣାକୃଷ୍ଣ ବିଶ୍ୱାଳଙ୍କ ପତ୍ନୀଙ୍କର ଏକ ଶିଶୁ ଜନ୍ମ ହୋଇଥିଲା l ଏହାପରେ ଜଣେ ମହିଳା ଆଣ୍ଟେଣ୍ଡାଣ୍ଟ ଭୁଲରେ କହି ଦେଇଥିଲେ ପୁଅ ବୋଲି କିନ୍ତୁ ତାଙ୍କୁ ଝିଅ ହସ୍ତାନ୍ତର କରାଯାଇଥିଲା । ଏହାପରେ ମହିଳା ଆଣ୍ଟେଣ୍ଡାଣ୍ଟଙ୍କ କଥାକୁ ଧରି ଅଡି ବସିଥିଲେ ପ୍ରାଣକୃଷ୍ଣ । ଏହାକୁ ନେଇ କ୍ୟାପିଟାଲ ଥାନାର ଦ୍ୱାରସ୍ଥ ହୋଇଥିଲେ ପ୍ରଣାକୃଷ୍ଣ l ପୋଲିସ ତଦନ୍ତ ପରେ କୋର୍ଟର ନିର୍ଦେଶ ଅନୁଯାୟୀ ଡିଏନଏ ପରୀକ୍ଷା କରାଯାଇଥିଲା ଓ ପ୍ରମାଣ ହେଇଥିଲା ଯେ ପ୍ରଣାକୃଷ୍ଣଙ୍କ ଅଭିଯୋଗ ଭୁଲ l ସେ ଜଣେ ପୁତ୍ରୀ ସନ୍ତାନର ହିଁ ପିତା ହୋଇଛନ୍ତି l

ତେଣୁ ଏବେ ଏନେଇ ହସ୍ପିଟାଲର ନାମ ବଦନାମ ହୋଇଥିବାରୁ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ପ୍ରଣାକୃଷ୍ଣଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି l ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି ପୋଲିସଠାରୁ ଆରମ୍ଭ କରି କୋର୍ଟ ସମସ୍ତଙ୍କ ସମୟ ନଷ୍ଟ ହେଲା । ତେଣୁ ଏପରି ଲୋକଙ୍କୁ ଜନ ସାଧାରଣ ବିଶ୍ୱାସ ନକରିବା ଉଚିତ୍ l ହସ୍ପିଟାଲ ପ୍ରଥମରୁ ହିଁ ସ୍ପଷ୍ଟ କରିଥିଲା କି ତାଙ୍କର ଝିଅ ହୋଇଥିଲା ହେଲେ । ହେଲେ ମିଥ୍ୟା ଭାବେ ଯେଉଁ ବ୍ୟକ୍ତି ହସ୍ପିଟାଲକୁ ବଦନାମ କରିବାକୁ ଚେଷ୍ଟା କରିଛନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ ସ୍ପଷ୍ଟ କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments