Sunday, May 19, 2024
HomeLOCALଆଜିଠୁ ଗଡିବ ‘ଲକ୍ଷ୍ମୀ’: ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ!

ଆଜିଠୁ ଗଡିବ ‘ଲକ୍ଷ୍ମୀ’: ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ!

ମାଲକାନଗିରି: ରାଜ୍ୟରେ ଯାତ୍ରୀଙ୍କ ପରିବନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ଯାତ୍ରୀଙ୍କ ପରିବନରେ ଯେପରି କିଛି ଅସୁବିଧା ନହୁଏ, ତାହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ “ଲକ୍ଷ୍ମୀ ଯୋଜନା’ ବସ ସେବା ଆରମ୍ବ କରିଛନ୍ତି । ଏହି ଯୋଜନା ଆଜି ଅର୍ଥାତ ଗୁରୁବାର ଦିନ ଠାରୁ କାର୍ଯ୍ୟକାରୀ ହେବ । ଆଜି ମୁଖ୍ୟମନ୍ତ୍ରୀ ମାଲକାନଗିରିରୁ ଏହି ଯୋଜନା ଶୁଭାରମ୍ଭ କରିବେ ।

ସୂଚନାନୁଯାୟୀ, ଆଜି ସକାଳ ପ୍ରାୟ ୧୧ଟାରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଜିଲ୍ଲା ସଦର ଷ୍ଟାଡିୟମ ନିକଟ ଅସ୍ଥାୟୀ ହେଲିପ୍ୟଅଡରେ ପହଞ୍ଚିବେ । ସେଠାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପତାକା ଦେଖାଇ ବସକୁ ଶୁଭାରମ୍ଭ କରିବେ । ଏହାବ୍ୟତୀତ ବସଯୋଗେ ଏମଭି ୩କୁ ଯାତ୍ରା କରିବାର ବି କାର୍ଯ୍ୟକ୍ରମ ରହିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଯାଇଛି ।

ମୁଖ୍ୟମନ୍ତ୍ରୀ ନବୀବ ପଟ୍ଟନାୟକ ଆଗରୁ ମଧ୍ୟ ଅନେକ ଯୋଜନା ମାଲକାନଗିରିରୁ ଶୁଭାରମ୍ଭ କରିଥିବା ବେଳେ ଏହି ଯୋଜନାକୁ ବି ମାଲକାନଗିରିରୁ ଆରମ୍ଭ କରୁଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ଏହି ଯୋଜନା ଦ୍ୱାରା ଅନେକ ଗାଁ ଓ ପଞ୍ଚାୟତକୁ ସିଧାସଳଖ ଉନ୍ନତମାନର ବସ ସେବା ମିଳିଯିବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments