Sunday, May 19, 2024
HomeODISHAଜଳୁଛି ଭୁବନେଶ୍ଵର, ୧୧.୩୦ ସୁଦ୍ଧା ୩୯.୮ ଡିଗ୍ରୀ

ଜଳୁଛି ଭୁବନେଶ୍ଵର, ୧୧.୩୦ ସୁଦ୍ଧା ୩୯.୮ ଡିଗ୍ରୀ

ଭୁବନେଶ୍ଵର: ଅସହ୍ଯ ଖରାରେ ସିଝୁଛି ଓଡିଶା। ଜନଜୀବନକୁ ଅସ୍ତବ୍ଯସ୍ତ କରୁଛି ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି। ଗତକାଲି ରାଜ୍ଯର ୨ ସହର ମାଲକାନଗିରି ଓ ବୌଦ୍ଧର ତାପମାତ୍ରା ୪୨ ଡିଗ୍ରୀ ଛୁଇଁଥିବାବେଳେ ଆଜି ଦିନ ୧୧ଟା ସୁଦ୍ଧା ଜଳିଲାଣି ରାଜଧାନୀ ଭୁବନେଶ୍ଵର । ଦିନ ୧୧.୩୦ ସୁଦ୍ଧା ଭୁବନେଶ୍ଵରର ତାପମାତ୍ରା ୩୯.୮ ଡିଗ୍ରୀ ଛୁଇଁଛି ।

ସେହିପରି ୧୧.୩୦ ସୁଦ୍ଧା କେନ୍ଦୁଝରରେ ୩୯.୨, ବାଲେଶ୍ୱରରେ ୩୮, ଝାରସୁଗୁଡାରେ ୩୮ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଛି ତାପମାତ୍ରା । ଅନ୍ୟପଟେ ରାଉରକେଲାରେ ୩୭.୮, ଚାନ୍ଦବାଲିରେ ୩୭.୪, ସମ୍ବଲପୁରରେ ୩୭.୪, ହୀରାକୁଦରେ ୩୬.୬, ପୁରୀରେ ୩୨.୪ ପାରାଦୀପରେ ୩୨ ଏବଂ ଗୋପାଳପୁରରେ ୩୧.୮ ଡିଗ୍ରୀ ରହିଛି ।

ତେବେ ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ପାଇବାନେଇ ଆକଳନ କରିଛି ପାଣିପାଗ ବିଭାଗ । ଦୁଇ ଦିନ ପରେ ଅର୍ଥାତ ଆସନ୍ତା ୭ ତାରିଖ ବେଳକୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବା ସହ କିଛି ସ୍ଥାନରେ ବର୍ଷାର ପରିଣାମ ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments