Sunday, May 19, 2024
HomeLOCALମହାନଦୀ ବ୍ରିଜ ଉପରେ ଭୟଙ୍କର ଦୁର୍ଘଟଣା

ମହାନଦୀ ବ୍ରିଜ ଉପରେ ଭୟଙ୍କର ଦୁର୍ଘଟଣା

କଟକ : ଦେଖିଲେ ଆପଣଙ୍କ ରୁମ ଟାଙ୍କୁରୀ ଉଠିବ ଏପରି ଭାବେ ମହାନଦୀ ବ୍ରିଜରେ ଏକ ଯାତ୍ରୀବାହୀ ବସ୍ ଲଟକିଛି । ବାଙ୍କୀ ସ୍ଥିତ ଜାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜ୍‌ରେ ଲଟକି ରହିଛି ଏକ ଯାତ୍ରୀବାହି ବସ୍ । କିନ୍ତୁ ସୌଭାଗ୍ୟର ବିଷୟ ଏହିକି ଯେ ଦୁର୍ଘଟଣାରେ କାହାରି କିଛି କ୍ଷୟ କ୍ଷତି ହୋଇନାହିଁ l ସମସ୍ତେ ସୁରକ୍ଷିତ ଉଦ୍ଧାର କରାଯାଇଛନ୍ତି l

ଯାତ୍ରୀବାହି ବସ୍‌ଟି ଅନୁଗୁଳରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି l ଡ୍ରାଇଭରଙ୍କ କହିବା ଅନୁଯାୟୀ ବସରେ ହଟାଥ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା l ଯାହା ଫଳରେ ସ୍ଟେରିଙ୍ଗଟି ଆଉ ଆୟତ୍ତରେ ରହିନଥିଲା l ଅଣାୟତ୍ତ ହୋଇ ଭାରସାମ୍ୟ ହରାଇ ବସ୍‌ଟି ବ୍ରିଜ୍‌ର କଡ ରେଲିଙ୍ଗ ଭାଙ୍ଗି ନଦୀ ଆଡକୁ ମାଡ଼ି ଯାଇଥିଲା l କିନ୍ତୁ ବସଟି ନଦୀ ଭିତରକୁ ନ ପଡି ଅଳ୍ପକେ ବର୍ତ୍ତୀ ଯାଇଥିଲା l ଯାହା ଫଳରେ ବସଟି ସେହି ରେଲିଙ୍ଗ କଡରେ ଲଟକି ରହିଛି । ତେବେ ବସ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି l

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments