Monday, May 20, 2024
HomeODISHAସୁରୁଖୁରୁରେ ପରୀକ୍ଷା ଦେଉଛନ୍ତି +2 କଳା, ବାଣିଜ୍ୟ ଛାତ୍ର ଛାତ୍ରୀ

ସୁରୁଖୁରୁରେ ପରୀକ୍ଷା ଦେଉଛନ୍ତି +2 କଳା, ବାଣିଜ୍ୟ ଛାତ୍ର ଛାତ୍ରୀ

ଆରମ୍ଭ ହୋଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌‌ଏସ୍‌‌ଇ) ପରିଚାଳିତ +୨ ପରୀକ୍ଷା। ଶୁକ୍ରବାର ପ୍ରଥମ ଦିନରେ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀମାନେ ମାତୃଭାଷା ବିଷୟରେ ପରୀକ୍ଷା ଦେଇଛନ୍ତି। ଏହି ବିଷୟରେ କପି କରି ସାରା ରାଜ୍ୟରୁ ସମୁଦାୟ ୧୧ ଜଣ ପରୀକ୍ଷାର୍ଥୀ ଧରାପଡ଼ିଛନ୍ତି। ସବୁଠି ସୁରୁଖୁରୁରେ ପ୍ରଥମ ଦିନ ପରୀକ୍ଷା ସରିଥିବାବେଳେ କୌଣସି ତ୍ରୁଟି ହୋଇ ନ ଥିବା ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ କହିଛନ୍ତି।

ଅନ୍ୟପଟେ, ଆଜି ଠାରୁ +୨ କଳା ଓ ବାଣିଜ୍ୟ ବିଭାଗର ପରୀକ୍ଷା ଆରମ୍ଭ ହେବ। ଉଭୟ ବିଭାଗର ପ୍ରଥମ ଦିନ ମାତୃଭାଷା ପରୀକ୍ଷା ରହିଛି। କଳା ବିଭାଗରେ ମୋଟ୍‌‌ ୨ ଲକ୍ଷ ୩୭ ହଜାର ୭୫୦ଜଣ ଓ ବାଣିଜ୍ୟରେ ୨୬ ହଜାର ୮୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଛନ୍ତି। ପରୀକ୍ଷାରେ କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ୍‌‌ ବିଭିନ୍ନ ସ୍ଥାନରେ ଯାଞ୍ଚ କରିଛନ୍ତି। ଏହାସହ କଣ୍ଟ୍ରୋଲ ରୁମ୍‌‌ରୁ ସିସିଟିଭି ଲାଇଭ୍‌‌ ଷ୍ଟ୍ରିମିଂ ଦେଖି ପରିଷଦ ପକ୍ଷରୁ ପରୀକ୍ଷା ନିରୀକ୍ଷଣ କରାଯାଇଛି। ପରୀକ୍ଷା ସମୟରେ କୌଣସି ତ୍ରୁଟି ନ ହେବା ପାଇଁ ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିବା ପରୀକ୍ଷା ନିୟନ୍ତ୍ରକ ପ୍ରକାଶ କରିଛନ୍ତି।

ପରୀକ୍ଷା ହଲକୁ କଳା ବଲ୍ ପେନ ଏବଂ ଆଡ଼ମିଟ କାର୍ଡ ବ୍ୟତୀତ ଆଉ କୌଣସି ଜିନିଷ ନେଇପାରିବେ ନାହିଁ । ପରୀକ୍ଷାର 30 ମିନିଟ ପୂର୍ବରୁ ସେଣ୍ଟରେ ପଂହଁଚିବେ ପରୀକ୍ଷାର୍ଥୀ । ଦିବ୍ୟାଙ୍ଗ ପିଲା ମାନଙ୍କୁ ଅଧିକ 1 ଘଂଟା ସମୟ ଦିଆଯିବ । ଖୋର୍ଦ୍ଧାରେ 61ଟି କେନ୍ଦ୍ର, ଗଞ୍ଜାମରେ 73, ବାଲେଶ୍ବରରେ 66 ଓ ମାଲକାଗିରିରେ 14ଟି କେନ୍ଦ୍ର ହୋଇଛି । ଶୁକ୍ରବାର ବିଜ୍ଞାନ ବିଭାଗର ପରୀକ୍ଷା ଆରମ୍ଭ ହୋଇସାରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments