
ଭୁବନେଶ୍ଵର: ଆଜିଠୁ ବଜେଟ ଅଧିବେଶନ ଆରମ୍ଭ ହେଉଥିବା ବେଳେ, ଅଧିବେଶନ ଆରମ୍ଭରୁ ଏଥିରେ ନିଜର ପ୍ରଥମ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି । ଜୟ ଜଗନ୍ନାଥ କହି ନିଜର ଅଭିଭାଷଣ ଆରମ୍ଭ କରିଛନ୍ତି ରାଜ୍ୟପାଳ । ଏହାପରେ ସେ ଓଡିଶାର ପ୍ରଗତି ଏବଂ ନୂଆ ସରକାରରେ ହୋଇଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି, ଖଣିଜ ସଂପଦରେ ଓଡ଼ିଶା ଭରପୂର । ଓଡ଼ିଶା ତାର ଐତିହ୍ୟ, କୀର୍ତ୍ତିରାଜିକୁ ନେଇ ପରିଚିତ । ୨୦୪୭ ସୁଦ୍ଧା ବିକଶିତ ଭାରତରେ ଓଡ଼ିଶାର ପ୍ରମୁଖ ଭୂମିକା ରହିବ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗରିବ, ଯୁବ, ଅନ୍ନଦାତା, ନାରୀଶକ୍ତି ମୋ ସରକାରର ମୂଳମନ୍ତ୍ର । ମୋ ସରକାର ଧାନର ମୂଲ୍ୟ ୮୦୦ ଟଙ୍କା ବୃଦ୍ଧି କରିଛି । ଓଡ଼ିଆ ଅସ୍ମିତା ବିକାଶ ଦିଗରେ କାର୍ଯ୍ୟ କରୁଛି । ଡିଜିପି ସମ୍ମିଳନୀ, ଉତ୍କର୍ଷ ଓଡ଼ିଶା, ପ୍ରବାସୀ ଭାରତୀୟ ଦିବସ ଆୟୋଜନ କରିଛୁ । ମୋ ସରକାର ନୂଆ ଶିକ୍ଷାନୀତିକୁ ଲାଗୁ କରିଛନ୍ତି । ଦୁଗ୍ଧ ଚାଷୀଙ୍କ ପାଇଁ କାମଧେନୁ ଯୋଜନା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିଛୁ । ୪୬ ଲକ୍ଷ ମହିଳା ଓଶିଶୁଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଯାଉଛି । ସୁଭଦ୍ରାରେ କୋଟିଏ ମହିଳା ଉପକୃତ । ମହିଳାଙ୍କୁ ସଶକ୍ତ କରିବାରେ ପଦକ୍ଷେପ ନେଉଛି ଆମ ସରକାର । ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷ ପତି ଦିଦି ସୃଷ୍ଟି କରାଯିବ । ହୀରାକୁଦ ଓ ସାତକୋଶିଆ ପ୍ରକଳ୍ପ ପୂରଣ ହେବ । ରାଜ୍ୟବାସୀଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ୍ ଯୋଗାଇ ଦିଆଯିବ । ୨୦୩୬ ସୁଦ୍ଧା ସବୃଦ୍ଧ ଓଡିଶାର ଲକ୍ଷ୍ୟ ପୂରଣ ହେବ ବୋଲି ମତ ରଖିଛନ୍ତି ରାଜ୍ୟପାଳ ।
ଶ୍ରୀ କମ୍ଭମପତି ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଇବସ୍ ଯୋଜନାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିବ ୪୦୦ଟି ଇ-ବସ୍ । ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯିବ । ଏଥିପାଇଁ ୨୦୨୫- ୨୭ ଆର୍ଥିକ ବର୍ଷରେ ପ୍ରାୟ ୧୦ ଲକ୍ଷ ମହିଳାଙ୍କୁ ତାଲିମ ଦିଆଯିବ । ପ୍ରଧାନମନ୍ତ୍ରୀ ଇବସ୍ ଯୋଜନାରେ ବିଭିନ୍ନ ସହରରେ ୪୦୦ ଇବସ୍ ଚାଲୁହେବ । ଏଥିସହିତ ଆଗାମୀ ୪ ବର୍ଷରେ ଦେଢ ଲକ୍ଷ ସରକାରୀ ଚାକିରୀ ପୂରଣ କରାଯିବ ବୋଲି କହିଛନ୍ତି ରାଜ୍ୟପାଳ । ୫ ବର୍ଷ ଭିତରେ ୧.୫ ଲକ୍ଷ ସରକାରୀ ଚାକିରୀ ପୂରଣ ହେବ । ପ୍ରଥମ ଦୁଇ ବର୍ଷରେ ୬୫ ହଜାର ପଦବୀ ପୂରଣ ହେବ । ଦୁଇ ବର୍ଷରେ ବୟନ ଶିଳ୍ପ କ୍ଷେତ୍ରରେ ୫୦ ହଜାର ନିଯୁକ୍ତି ଦିଆଯିବ । ୨୦୨୪-୨୫ ଆର୍ଥିକ ବର୍ଷରେ ୨୪ ହଜାରରୁ ଅଧିକ ପଦବୀ ପୂରଣ ହୋଇସାରଛି । ଉତ୍କର୍ଷ ଓଡିଶା କନକ୍ଲେଭରେ ୧୨.୮୯ ଲକ୍ଷ କୋଟିର ଏମଓୟୁ ହୋଇଛି । ଆହୁରି ମଧ୍ୟ କ୍ରୀଡା କ୍ଷେତ୍ରରେ ଅନେକ ସଫଳତା ଆଣିଛନ୍ତି କ୍ରୀଡାବିତ ।
ତେବେ ପିଏମ୍ ଆବାସ ଯୋଜନାରେ ଘର ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ । ୨୦୨୬ ସୁଦ୍ଧା ନଳ ଯୋଗେ ଜଳ ଯୋଗାଣ ସୁନିଶ୍ଚିତ କରାଯିବ । ୧୧୫ ସହରରେ ୨୪ ଘଣ୍ଟିଆ ଜଳ ଯୋଗାଣ କରାଯିବ । ଏଥିସହିତ ସେ ଏହା ବି କହିଛନ୍ତି, ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ କାର୍ଯ୍ୟକାରୀ ହେବ । ସହରର ବିକାଶ ଦିଗରେ ଏହି ଯୋଜନା କାମ କରିବ । ସମସ୍ତ ଜିଲ୍ଲାରେ ମଧ୍ୟ ରେଳ ସଂଯୋଗୀକରଣକୁ ପ୍ରାଥମିକତା ଦିଆଯିବ । ହୀରାକୁଦ ଓ ସାତକୋଶିଆ ପ୍ରକଳ୍ପର ମଧ୍ୟ ବିକାଶ ହେବ । ୨୦୩୬ ସୁଦ୍ଧା ସବୃଦ୍ଧ ଓଡିଶାର ଲକ୍ଷ୍ୟ ହାସଲ ହେବ । ଓଡିଶାର ଭିଜନ ୧୦୩୬ ପାଇଁ ୩ ଲକ୍ଷରୁ ଉର୍ଦ୍ଧ୍ବ ପରାମର୍ଶ ଆସିଛି ବୋଲି କହିଛନ୍ତି ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମପତି।