Sunday, May 19, 2024
HomeNATIONALଗୁଗଲ, ୟୁଟ୍ୟୁବରେ ବିଜ୍ଞାପନ ରେ ବିଜେପିର ସର୍ବାଧିକ ଖର୍ଚ୍ଚ ଜଣାନ୍ତୁ କେତେ …

ଗୁଗଲ, ୟୁଟ୍ୟୁବରେ ବିଜ୍ଞାପନ ରେ ବିଜେପିର ସର୍ବାଧିକ ଖର୍ଚ୍ଚ ଜଣାନ୍ତୁ କେତେ …

ନୂଆଦିଲ୍ଲୀ: ଗୁଗଲ ଓ ୟୁଟ୍ୟୁବରେ ବିଜ୍ଞାପନ ବାବଦକୁ ବିଜେପି ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିବା ରିପୋର୍ଟ ହସ୍ତଗତ ହୋଇଛି । ଗୁଗଲର ବିଜ୍ଞାପନ ଟ୍ରାନ୍ସପେରେନ୍ସି ରିପୋର୍ଟରେ ୩୧ ମେ ୨୦୧୮ରୁ ୨୫ ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ବିଜେପି ୧୦୨ କୋଟି ଟଙ୍କା ଏ ବାବଦକୁ ଖର୍ଚ୍ଚ କରିଛି ।

କଂଗ୍ରେସ ୪୫ କୋଟି, ଡିଏମକେ ୪୫ ଓ ବିଆରଏସ ୧୨ କୋଟି ଟଙ୍କାର ବିଜ୍ଞାପନ ଦେଇଛି । ବିଜେପି କର୍ଣ୍ଣାଟକରେ ସର୍ବାଧିକ ୧୦.୮ କୋଟି , ଉତରପ୍ରଦେଶରେ ୧୦.୩, ରାଜସ୍ଥାନରେ ୮.୫, ଦିଲ୍ଲୀରେ ୭.୬ କୋଟିର ବିଜ୍ଞାପନ ଦେଇଛି ।

ଅପରପକ୍ଷରେ ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟରେ କଂଗ୍ରେସ ସର୍ବାଧିକ ଖର୍ଚ୍ଚ କରିଛି । କଂଗ୍ରେସ ୫.୭ କୋଟି ଓ ବିଜେପି ୫.୩ କୋଟି ବିଜ୍ଞାପନ ବାବଦକୁ ପ୍ରଦାନ କରିଛନ୍ତି । ଦକ୍ଷିଣ ଭାରତ ରାଜ୍ୟଗୁଡିକରେ କଂଗ୍ରେସ ଅନ୍ୟ ପାର୍ଟି ତୁଳନାରେ ଅଧିକ ଖର୍ଚ୍ଚ କରିଛି । ରିପୋର୍ଟରେ କୁହାଯାଇଛି ୫୯୯୨ ଅନଲାଇନ ଆଡ ସହିତ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments