Monday, May 20, 2024
HomeJOBSଦୀପାବଳି ପୂର୍ବରୁ ମୋଦୀ ସରକାରଙ୍କ ଉପହାର !

ଦୀପାବଳି ପୂର୍ବରୁ ମୋଦୀ ସରକାରଙ୍କ ଉପହାର !

ନୂଆଦିଲ୍ଲୀ : ପାର୍ବଣ ଋତୁରେ ଦେଶର ଲୋକମାନଙ୍କ ପାଇଁ ଏକ ବଡ଼ ଖୁସି ଖବର । ନିବେଶ ପାଇଁ ଅଧିକ ଧ୍ୟାନ ଦେଉଥିବା ଲୋକଙ୍କ ପାଇଁ ଏହି ଖବରଟି ଅଧିକ ଗୁରୁତ୍ୱପୂର୍ଣ୍ଣ । ତେବେ ଯେଉଁମାନେ ଆରଡିରେ କାମ କରନ୍ତି ସେମାନଙ୍କୁ ମିଳିବକୁ ଯାଉଛି ଉପହାର । ବାସ୍ତବରେ, ଦୀପାବଳି ପୂର୍ବରୁ ମୋଦୀ ସରକାର ପୁଞ୍ଜି ବିନିଯୋଗ ସହ ଏପରି ଘୋଷଣା କରିଛନ୍ତି ଯାହା ଉଭୟ ଗରିବ ଏବଂ ଧନୀ ଶ୍ରେଣୀର ଲୋକଙ୍କୁ ଉପକୃତ କରିବ ।

ଅଧିକ ସୁଧ ମିଳିବ : ମୋଦୀ ସରକାର ଡିସେମ୍ବରର ତ୍ରୟ ମାସିକ ପାଇଁ ପାଞ୍ଚ ବର୍ଷର ଡାକଘରର ଆରଡି ଉପରେ ସୁଧ ବୃଦ୍ଧି କରିଛନ୍ତି। ଯାହାଦ୍ୱାରା କି ଅନେକ ଲୋକ ବର୍ତ୍ତମାନ ଆରଡି ଉପରେ ଅଧିକ ସୁଧ ପାଇବେ । ସରକାର ବର୍ତ୍ତମାନ ପାଞ୍ଚ ବର୍ଷର ଆରଡି ଉପରେ ସୁଧକୁ ୬.୭ ପ୍ରତିଶତ ବୃଦ୍ଧି କରିଛନ୍ତି । ଏଭଳି ପରିସ୍ଥିତିରେ, ଯେଉଁମାନେ ଦୀର୍ଘ ସମୟ ପାଇଁ ଜଊ କରିବେ, ସେମାନେ ଅଧିକ ସୁଧ ପାଇବେ ।

ସୁଧ : ବର୍ତ୍ତମାନ ଅକ୍ଟୋବର-ଡିସେମ୍ବର ୨୦୨୩ର ତ୍ରୟ ମାସିକ ପାଇଁ, ପୋଷ୍ଟ ଅଫିସ ସେଭିଂ ଆକାଉଣ୍ଟରେ ୪ ପ୍ରତିଶତ, ଡାକଘର ଆରଡିରେ ୬.୭ ପ୍ରତିଶତ, ଡାକଘର ମାସିକ ଆୟ ଯୋଜନାରେ ୭.୪ ପ୍ରତିଶତ, କିସାନ ବିକାଶ ପାଟ୍ରା ଉପରେ ୭.୫ ପ୍ରତିଶତ, ପିପିଏଫରେ ୭.୧ ପ୍ରତିଶତ, ସୁକନ୍ୟା ସମ୍ରିଦ୍ଧି ଯୋଜନାରେ ୮ ପ୍ରତିଶତ ଜାତୀୟ ସଞ୍ଚୟ ପ୍ରମାଣପତ୍ର ଉପରେ ୭.୭ ପ୍ରତିଶତ ସୁଧ ଏବଂ ବରିଷ୍ଠ ନାଗରିକଙ୍କ ସଞ୍ଚୟ ଯୋଜନାରେ ୮.୨ ପ୍ରତିଶତ ସୁଧ ପ୍ରଦାନ କରାଯିବ। ଏହି ସୁଯୋଗକୁ ଦୃଷ୍ଟିରେ ରଖି ଲୋକମାନେ ଏହି ଯୋଜନା ମାଧ୍ୟମରେ ବି ବିନିଯୋଗ କରିପାରିବେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments