Sunday, May 19, 2024
HomeINTERNATIONALବିଲେଇ ପାଇଁ ଦେଶରେ ହାଇଆର୍ଲଟ ଜାରି

ବିଲେଇ ପାଇଁ ଦେଶରେ ହାଇଆର୍ଲଟ ଜାରି

ନୂଆଦିଲ୍ଲୀ: ସାଧାରଣ ଏକ ବିଲେଇ ପାଇଁ ଦେଶରେ ହାଇଆର୍ଲଟ ଜାରି । ଜାପାନରେ ଏକ ବିଲେଇପାଇଁ ପୁରା ଦେଶରେ ଏବେ ଆତଙ୍କ ଖେଳିଯାଇଛି । ଏହି ମାମଲା ବର୍ତ୍ତମାନ ଏତେ ଗମ୍ଭୀର ହୋଇଯାଇଛି ଯେ ଏଥିପାଇଁ ଜରୁରୀକାଳିନ ନମ୍ବର ମଧ୍ୟ ଜାରି କରାଯାଇଛି । ଏହି ବିଲେଇ ସାଦାରଣ ଲୋକଙ୍କ ଜୀବନ ପ୍ରତି ବିପଦ ଆଣିପାରେ ବୋଲି ସୂଚନା ମିଳିଛି । ଏହିଭଳି ଭୟର ବାତାବରଣ ଭିତରେ ସରକାର ଫୁକୁୟାମା ସହର ପାଇଁ ହାଇ ଆର୍ଲଟ ଜାରି କରିଛନ୍ତି । ନିଖୋଜ ବିଲେଇକୁ ଅତ୍ୟାଧୁନିକ ମେସିନ ସାହାର୍ଯ୍ୟରେ ଏବେ ଖୋଜା ଚାଲିଛି ।

ବାସ୍ତବରେ ହିରୋସିମାର ଫୁକୁୟାମାରେ ଯେଉଁ ବିଲେଇକୁ ଖୋଜା ଚାଲିଛି ସେହି ବିଲେଇଟି ଏକ ରାସାୟନିକ କାରଖାନାରେ ଥିବା ଏକ ବିଷାକ୍ତ ହେକ୍ସାଭଲେଣ୍ଟ କ୍ରୋମିୟମ ଭର୍ତ୍ତି ଟାଙ୍କିରେ ପଡ଼ିଯାଇଥିଲା । ସେଠାରୁ ବାହାର କରାଯିବା ପରେ ବିଲେଇଟି କେଉଁଆଡେ ଚାଲିଯାଇଥିଲା । ଯାହାପରେ ଉକ୍ତ ବିଲେଇକୁ ଏବେ ପୁରା ସହର ଖୋଜୁଛି । ରିପୋର୍ଟ ଅନୁଯାୟୀ ଏପର୍ଯ୍ୟନ୍ତ ବିଲେଇର କୌଣସି ପତ୍ତା ମିଳିନାହିଁ । ତେବେ ଉକ୍ତ ରାସାୟନିକ କାରଖାନାର ସିସିଟିଭି ଫୁଟେଜରେ ଚଟାଣରେ ହଳଦିଆ-ବାଦାମୀ ରଙ୍ଗର ବିଲେଇ ପାଦ ଚିହ୍ନ ଦେଖିବାକୁ ମିଳିଛି । କିଛି ସମୟ ମଧ୍ୟରେ ବିଲେଇଟି କେଉଁଆଡେ ଚାଲିଯାଇଛି ।

ସହରର ପ୍ରଶାସନିକ କର୍ମଚାରୀମାନେ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ରେ ଲୋକଙ୍କୁ ଏନେଇ ଆଲର୍ଟ କରିଛନ୍ତି । ବାହାରୁ ଆସୁଥିବା ପଶୁମାନଙ୍କୁ ଆପଣଙ୍କ ଗୃହପାଳିତ ପଶୁମାନଙ୍କଠାରୁ ଦୂରରେ ରଖିବାକୁ ପରାମର୍ଶ ଦିଆଯାଇଛି । ସନ୍ଦେହ ଜନକ ଆଚରଣ କରୁଥିବା ବିଲେଇ ଉପରେ ନଜର ରଖିବାକୁ ଲୋକଙ୍କୁ କୁହାଯାଇଛି । ଅଧିକାରୀମାନେ ଆହୁରି ମଧ୍ୟ କହିଛନ୍ତି ଯେ, ଏଭଳି ପଶୁମାନଙ୍କ ଠାରୁ ଦୁରରେ ରୁହନ୍ତୁ, କାରଣ କ୍ଷତିକାରକ ଟ୍ୟାଙ୍କରେ ବୁଡ଼ିଯିବାରୁ ଉକ୍ତ ବିଲେଇର ଶରୀରରେ କର୍କିନୋଜେନିକ୍ ରାସାୟନିକ ପଦାର୍ଥ ଥାଇପାରେ । ଯଦି ଆପଣ ଏପରି କୌଣସି ବିଲେଇକୁ ଦେଖିବେ ତେବେ ତୁରନ୍ତ ପ୍ରଶାସନକୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଶାସନିକ ଅଧିକାରୀ ।

ଏହି ରାସାୟନିକ ପଦାର୍ଥର ସଂସ୍ପର୍ଶରେ ଆସିବା ଦ୍ଵାରା ତ୍ଵଚାରେ ଜଳାପୋଡା, ନିଶ୍ୱାସ ନେବାରେ ଅସୁବିଧା ଏପରିକି ଦୃଷ୍ଟି ଶକ୍ତି ନଷ୍ଟ ହୋଇଯିବାର ସମ୍ଭାବନା ମଧ୍ୟ ରହିଛି । ଏନେଇ ଉକ୍ତ କାରଖାନା ମାଲିକଙ୍କ କହିବା ଅନୁସାରେ, ଏଭଳି ବିପଦର କେବେ ଆଶଙ୍କା ମଧ୍ୟ ଆମେ କରିନଥିଲୁ । ତେବେ ରାସାୟନିକ ପ୍ରଭାବ ଯୋଗୁଁ ବିଲେଇଟିର ମୃତ୍ୟୁ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments