Wednesday, May 8, 2024
HomeINTERNATIONALମାର୍କ ଜୁକରବର୍ଗଙ୍କୁ ପଛରେ ପକାଇଲେ ଏଲନ ମସ୍କ

ମାର୍କ ଜୁକରବର୍ଗଙ୍କୁ ପଛରେ ପକାଇଲେ ଏଲନ ମସ୍କ

ନୂଆଦିଲ୍ଲୀ: ସମ୍ପତ୍ତିରେ ମାର୍କ ଜୁକରବର୍ଗଙ୍କୁ ପଛରେ ପକାଇଛନ୍ତି ଟେସଲା ମାଲିକ ଏଲନ ମସ୍କ। ସୋସିଆଲ ମିଡିଆ ଫେସବୁକ ଏବଂ ମେଟାର ମାଲିକ ଜୁକରବର୍ଗଙ୍କ ସମ୍ପତ୍ତିରେ ହଠାତ୍‌ ହ୍ରାସ ଘଟିବାକୁ ଏଲନ ମସ୍କଙ୍କ ସ୍ଥାନ ଉପରକୁ ଉଠିଛି। ଗତ ଗୁରୁବାର ନ୍ୟୁୟକରେ ମେଟା ଶେୟାର ୧୬ ପ୍ରତିଶତ ହ୍ରାସ ପାଇଛି। ଏହି ଦ୍ରୁତ ଅବନ୍ନତି ଯୋଗୁ ଜୁକରବର୍ଗଙ୍କ ସମ୍ପତ୍ତି ପ୍ରାୟ ୨ ହଜାର କୋଟି ଡଲାର କମିଯାଇଛି। ୨୦୨୨ ଅକ୍ଟୋବର ପରଠରୁ ଏହା ସବୁଠାରୁ ବଡ଼ ହ୍ରାସ ବୋଲି କୁହାଯାଇଛି।

ଅନ୍ୟପଟେ ମାର୍ଚ ତୁଳନାରେ ଏହାର ପୂର୍ବ ୩ ମାସରେ ଟେସଲାର କାର ବିକ୍ରିରେ ହ୍ରାସ ପାଇଥିଲା। କିନ୍ତୁ ଏହା ପରେ ଟେସଲାର ଷ୍ଟକ୍‌ର ମୂଲ୍ୟ ବୃଦ୍ଧି ପାଇଥିଲା। ଫଳରେ କମ୍ପାନୀର ମାଲିକ ଏଲନ ମସ୍କଙ୍କ ସମ୍ପତ୍ତିରେ ୪୦୦ ନିୟୁତ ଡଲାର ବୃଦ୍ଧି ପାଇଛି।

ଫଳରେ ମସ୍କଙ୍କ  ମୋଟ ସମ୍ପତ୍ତି ପରିମାଣ ୧୭୮ ବିଲିୟନ ଡଲାରରେ ପହଞ୍ଚିଛି। ଟେସଲାର ଷ୍ଟକ୍‌ରେ ୨୨ ପ୍ରତିଶତ ବୃଦ୍ଧି ପାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ସେପଟେ ଜୁକରବର୍ଗଙ୍କ ସମ୍ପତ୍ତି ଖସି ୧୫୫ ବିଲିୟନ ଡଲାରରେ ପହଞ୍ଚିଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments