
ଭୁବନେଶ୍ଵର: ବଢିବ ଦିନ ତାପମାତ୍ରା । କଲବଲ କରିବ ଖରା । ୩୬ ରୁ ୩୭ ଡିଗ୍ରୀ ଛୁଇଁପାରେ ଦିନ ତାପମାତ୍ରା । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ୧୬ ରୁ ତାତି ବଢିବାକୁ ଥିବା ବେଳେ ଏହି ଦୁଇ ଦିନ ସାମାନ୍ୟ କମିବ ତାପମାତ୍ରା । ଆଜିଠାରୁ ଆସନ୍ତା କାଲି ରାତି ତାପମାତ୍ରା କମିବ । ଦିନ ତାପମାତ୍ରା ମଧ୍ୟ ସାମାନ୍ୟ କମିବ ବୋଲି କହିଛି ପାଣିପାଗ ବିଭାଗ ।
ଏହି ଦୁଇ ଦିନ ସାମୟିକ ଭାବେ ଗରମ ପ୍ରକୋପରୁ ସାମାନ୍ୟ ଆଶ୍ୱସ୍ତି ମିଳିବ। ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ କମିବା ସମ୍ଭାବନା ଅଛି। ସେହିପରି ଦିନ ତାପମାତ୍ରା ୧ରୁ ୨ ଡିଗ୍ରୀ କମିପାରେ। ଅନ୍ୟପଟେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୩୫ ଡିଗ୍ରୀ ଛୁଇଁଛି ରାଜଧାନୀ ଭୁବନେଶ୍ବରର ତାତି। ଗତକାଲି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ବରରେ ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ ହୋଇଛି । ଗତକାଲି ଭୁବନେଶ୍ୱର ସମେତ ରାଜ୍ୟର ୮ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଏବଂ ତା’ଠାରୁ ଅଧିକ ଥିଲା । କିନ୍ତୁ ସବୁଠାରୁ ଉତ୍ତପ୍ତ ଥିଲା ଅନୁଗୁଳ ସହର । ଅନୁଗୁଳରେ ପାରଦ ୩୫.୯ ଡିଗ୍ରୀ ଛୁଇଁଥିଲା ।