
ଅଭିନେତାଙ୍କ କଳିରେ ପଡୁନି ପୂର୍ଣ୍ଣଛେଦ ।କଟକ ଦରଘା ବଜାର ଥାନାରେ ଏତଲା ଦେଲେ ନିର୍ଦେଶକ ସଂଘ ଉପସଭାପତି ବବି ଇସଲାମ। ଜୀବନରୁ ମାରିଦେବା ପାଇଁ ଧମକ ମିଳିବା ପରେ ଥାନାରେ ଏତଲା ଦାୟର କରି ନିଜ ପାଇଁ ସୁରକ୍ଷା ଲୋଡ଼ିଛନ୍ତି ବବି ଇସଲାମ। ଏହା ପରେ ଆଜି ଡିସିପି ଅଫିସ ଆଗରେ ମନୋଜ ମିଶ୍ର ଓ ବବି ଇସଲାମ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଉଭୟଙ୍କୁ କାବୁ କରି ପୁଲିସ ସ୍ଥିତି ନିୟନ୍ତ୍ରଣ କରିଛି। ସିପି ଅଫିସରେ ପହଞ୍ଚି ଉଭୟ ପକ୍ଷ ରଖିଥିବାବେଳେ ସମାଧାନ ପାଇଁ ଉଦ୍ୟମ ଚାଲିଛି। ଦୁଇ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ମନୋଜ ଆହୁଜା, ମନୋଜ ସାହୁ ଚର୍ଚ୍ଚାରେ ଥିବାବେଳେ। ତାଙ୍କୁ ପଛରେ ପକେଇ ଏବେ ସବୁଠୁ ଚର୍ଚ୍ଚାରେ ଅଛନ୍ତି ଅଭିନେତା ମନୋଜ ମିଶ୍ର। ଦେଖାଯାଉ କେଉଁ ମନୋଜ ଚର୍ଚ୍ଚାରେ ବାଜି ମାରୁଛନ୍ତି।