
ସାରଳା ମନ୍ଦିରରେ ଘିଅକୁ ନେଇ ବିବାଦ ଦେଖା ଦେଇଥିଲା ।ଘିଅକୁ ନେଇ ବିବାଦ ଦେଖା ଦେବା ପରେ ଗଚ୍ଛିତ ଘିଅକୁ ଫେରସ୍ତ ପରେ ଓମ୍ଫେଡରୁ ଆସିଲା ୧୫ ଟିଣ ଘିଅ। ସେହି ଘିଅରେ ପ୍ରସାଦ ଦିଆରି ହେବ। ଏନେଇ ସୂଚନା ଦେଇଛନ୍ତି ଶାରଳା ମନ୍ଦିର ନିର୍ବାହୀ ଅଧିକାରୀ ପ୍ରତାପ ଜେନା
ମନ୍ଦିରରେ ନିମ୍ନ ମନର ଘିଅରେ ପ୍ରସାଦ ତିଆରି ହେଉଥିବା ଅଭିଯୋଗ ଆସିବା ପରେ ଗତକାଲି ଚଢ଼ାଉ ହୋଇଥିଲା।ତିରୁପତିରେ ଲଡୁ ଘଟଣା ସାମ୍ନାକୁ ଆସିଲା ଏବେ ଗୋଟେ ପରେ ଗୋଟେ ବିବାଦ ସାମ୍ନାକୁ ଆସୁଛି ।ଯାହାକଙ୍କୁ ନେଇ ସବୁ ମନ୍ଦିର ପ୍ରଶାସନଙ୍କ ମଧ୍ୟରେ ଛନକା ସୃଷ୍ଟି ହୋଇଛି ।
ଶ୍ରୀମନ୍ଦିରରେ ପ୍ରସାଦରେ ବ୍ୟବହୃତ ଘିଅ ଓ ବିଭିନ୍ନ ସାମଗ୍ରୀ ଯାଞ୍ଚ ନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ଗତକାଲି ଶାରଳା ମନ୍ଦିରରେ ଯାଞ୍ଚ ଆରମ୍ଭ କରିଥିଲେ ଫୁଡ୍ ଇନ୍ସପେକ୍ଟର।ଘିଅର ମନ ପରୀକ୍ଷା ପାଇଁ ନିଆଯାଇଥିଲା ଶେଷରେ ଘିଅକୁ ବଦଳ ଯାଇଛି ।