Sunday, May 19, 2024
HomeLOCALଆନ୍ଦୋଳନରୁ ଓହରିଲେ ବ୍ୟବସାୟୀ : ଆଜି ଖୋଲିବ ୟୁନିଟ ୧ ହାଟ

ଆନ୍ଦୋଳନରୁ ଓହରିଲେ ବ୍ୟବସାୟୀ : ଆଜି ଖୋଲିବ ୟୁନିଟ ୧ ହାଟ

ଭୁବନେଶ୍ୱର : ଆଜିଠୁ ପୁଣି ଖୋଲିବ ଅନେକ ଦିନ ହେବ ବନ୍ଦ ଥିବା ଭୁବନେଶ୍ୱରର ୧ ନମ୍ବର ହାଟ । ବିଏମସି ସହ ଆଲୋଚନା କରିବା ପରେ ୧ ନମ୍ବର ହାଟ ବ୍ୟବସାୟୀ ସଂଘର ସଭାପତି ଆଜିଠୁ ହାଟ ଖୋଲିବ ବୋଲି ସୂଚନା ଦେଇଛନ୍ତି । ଅନେକ ପ୍ରକାର ଦାବି ନେଇ ବ୍ୟବସାୟୀ ସଙ୍ଘ ଆନ୍ଦୋଳନକୁ ଓଲ୍ହାଇଥିଲେ l

ଗତ ଗୁରୁବାରଠୁ ଗତକାଲି ତଥା ମଙ୍ଗଳବାର ଯାଏଁ ୬ ଦିନ ହାଟ ସମ୍ପୂର୍ଣ୍ଣରୂପେ ବନ୍ଦ ରହିଥିଲା । ପାର୍କିଂ ସମେତ ଜବରଦଖଲ ଏବଂ ବିଭିନ୍ନ ଦାବି ନେଇ ଗତ ଗୁରୁବାରଠୁ ଆନ୍ଦୋଳନକୁ ଓହ୍ଲାଇଥିଲା ୟୁନିଟ-୧ର ବ୍ୟବସାୟୀ ସଂଘ । ଫଳରେ ୟୁନିଟ-୧ ହାଟ ଉପରେ ନିର୍ଭର କରୁଥିବା ଭୁବନେଶ୍ୱରବାସୀ ଅନେକ ହଇରାଣ ହୋଇଥିଲେ ।

ଗତକାଲି ବିଏମସି ଟିମ ହାଟ ପରିଦର୍ଶନ କରିବା ପରେ ଯଥାର୍ଥ ଦାବିଗୁଡିକ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବିଏମସି କର୍ତ୍ତୃପକ୍ଷ l ସେହିପରି ପାର୍କିଂ ସମସ୍ୟାର ସମାଧାନ କରିବାକୁ ୨ରୁ ୪ ଦିନ ସମୟ ନେଇଛି ବିଏମସି । ସମାଧାନ ପ୍ରତିଶ୍ରୁତି ମିଳିବା ପରେ ସଂଘ ଆନ୍ଦୋଳନରୁ ଓହରିଥିବା ବ୍ୟବସାୟୀ ସଂଘର ସଭାପତି ସୂଚନା ଦେଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments