Sunday, May 19, 2024
HomeLOCALଆସନ୍ତା ୧୦ରେ ତାଳଚେର ବନ୍ଦ

ଆସନ୍ତା ୧୦ରେ ତାଳଚେର ବନ୍ଦ

ତାଳଚେର : ଆସନ୍ତା ୧୦ ତାରିଖ ଦିନ ଚଳଚେର ବନ୍ଦ ଡାକରା ଦିଅ ଯାଇଛି l ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ଦାବିରେ ଆସନ୍ତା ୧୦ ତାରିଖ ଦିନ ତାଳଚେରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯିବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ତାଳଚେର ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଛି ।

ତାଳଚେର ମେଡିକାଲ କଲେଜ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ପକ୍ଷରୁ ସମୟ ନିର୍ଧାରଣ କରାଯାଇଥିଲା l କିନ୍ତୁ ସରକାର ଦେଇଥିବା ନିର୍ଦ୍ଧାରିତ ସମୟ ଗାଡିଗଲାଣି l ହେଲେ ବି ଏଯାଏଁ ମେଡିକାଲ କଲେଜ କାର୍ଯ୍ୟକାରୀ ହୋଇନାହିଁ କିମ୍ବା ଏହାକୁ ନେଇ ସରକାରୀ କୌଣସି ଘୋଷଣାନାମା ମଧ୍ୟ ଜାରି କରୁନାହାନ୍ତି l ତେଣୁ ଏହି କାରଣରୁ ଆସନ୍ତା ମଙ୍ଗଳବାର ତଥା ଅକ୍ଟୋବର ୧୦ ତାରିଖ ଦିନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ଟା ଠାରୁ ସନ୍ଧ୍ୟା ୬ ଘଟିକା ଯାଏଁ ତାଳଚେର ବନ୍ଦ ଡାକରା ଦିଆ ଯାଇଛି l ଏହାକୁ ନେଇ ଗତକାଲି କମିଟି ଆବାହକ ପଦ୍ମଚରଣ ସାମଲଙ୍କ ନେତୃତ୍ୱରେ ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments