Sunday, May 19, 2024
HomeLOCALରାମଙ୍କୁ ବାଣ ମାଡ, ଲକ୍ଷ୍ମଣ ଲହୁଲୁହାଣ.

ରାମଙ୍କୁ ବାଣ ମାଡ, ଲକ୍ଷ୍ମଣ ଲହୁଲୁହାଣ.

ପୁରୀ: ରାମଲୀଳାରେ ଦୁର୍ବୃତ୍ତଙ୍କ ବାଣ ମାଡ଼ । ପୁରୀ ବଳିଆପଣ୍ଡା ଥାନା ଅନ୍ତର୍ଗତ ଧୋବାଖାଲ ନୃସିଂହ ମନ୍ଦିର ନିକଟରେ ହେଉଥିବା ରାମଲୀଳାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତେବେ ଲକ୍ଷ୍ମଣ ବେଶରେ ଅଭିନୟ କରୁଥିବା ଜଣେ ଯୁବକ ଏହି ବାଣ ମାଡ଼ରେ ଗୁରୁତର ଭାବେ ବର୍ତ୍ତମାନ ମେଡିକାଲରେ ଚିକିତ୍ସିତ ରହିଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଗାଁ’ରେ ରାମଲୀଳା ଚାଲିଥିଲା । ବହୁ ସଂଖ୍ୟାରେ ଉପସ୍ଥିତ ଥିବା ଦର୍ଶକ ମାନେ ରାମଲୀଳା ଦେଖୁଥିଲେ । ସେହିପରି ଅଭିନୟରେ ପୁରା ମସଗୁଲ ଥିଲେ ରାମ, ଲକ୍ଷ୍ମଣ, ସୀତା ଏବଂ ହନୁମାନ। ଆଉ ହଠାତ ଏହି ସମୟରେ ରାମଙ୍କ ଉପରେ ବାଣ ମାଡ଼ ହୋଇଥିଲା। ରାମଙ୍କୁ ଲକ୍ଷ୍ୟ କରି କିଛି ଦୁର୍ବୃତ୍ତ ବାଣ ମାଡ଼ କରିଥିଲେ । ତେବେ ରାମଙ୍କୁ ବଞ୍ଚାଇବାକୁ ଯାଇ ଏହି ସମୟରେ ଲକ୍ଷ୍ମଣ ଆହତ ହୋଇଥିଲେ । ମନରଞ୍ଜନ ମାହୋଲ ଭିତରେ ଚାହୁଁ ଚାହୁଁ ପୁରା ମଞ୍ଚ ରକ୍ତାକ୍ତ ହୋଇଯାଇଥିଲା । ଏହାପରେ ଗୁରୁତର ଅବସ୍ଥାରେ ଆହତ ଲକ୍ଷ୍ମଣ(ସୁକାନ୍ତ)ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଅନ୍ୟପଟେ ଏହି ଘଟଣାକୁ ନେଇ ମା ବିନେ୍ଧଶ୍ୱରୀ ରାମନାଟ୍ୟ ସଂସଦ ପକ୍ଷରୁ ବଳିଆପଣ୍ଡା ଥାନାରେ ଏକ ମାମଲା ରୁଜୁ କରାଯାଇଛି । ତେବେ କାହିଁକି ଏମିତି ଏକ ଅଭାବନୀୟ ଘଟଣା ଘଟିଲା ସେନେଇ କୌଣସି କାରଣ ସ୍ପଷ୍ଟ ହୋଇପାରିନାହିଁ । ଅଭିଯୋଗ ମୁତାବକ ପୋଲିସ ତଦନ୍ତ ଚଳାଇଥିବା ଜଣାପଡିଛି । ସେପଟେ ଏଭଳି ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments