ହରିୟାଣା ଜମ୍ମୁକାଶ୍ମୀର ନିର୍ବାଚନକୁ ନେଇ ରାଜନୀତି ବେଶ ସରଗରମ ଥିଲା ।ତେବେ ହରିୟାଣାର ଚର୍ଚ୍ଚିତ ଆସନ ଲଡୱାରୁ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନୀ ବିଜୟୀ ହୋଇଛନ୍ତି। ୯୦ ଆସନ ବିଶିଷ୍ଟ ବିଧାନସଭା ଆସନରେ ବିଜେପି ହରିୟାଣା ମ୍ୟାଜିକ୍ ନମ୍ବର ପାର କରିଛି।ଏହି ବିଜୟ ପରେ ଏଠାରେ ଏବେ ଆରମ୍ଭ ହୋଇଯାଇଛି ନୂଆ ସରକାର ଗଠନ ପ୍ରସ୍ତୁତି।
ନାୟବ ସିଂହ ସୈନିଙ୍କୁ ହରିୟାଣାର ମୁଖ୍ୟମନ୍ତ୍ରୀ କରାଯିବ ବୋଲି ସ୍ପଷ୍ଟ ହୋଇସାରିଛି। ବିଜେପିର କେନ୍ଦ୍ରୀୟ ନେତୃତ୍ୱ ହରିୟାଣାକୁ ବିଧାୟକଙ୍କ ସହ ଆଲୋଚନା କରିବା ପାଇଁ ପର୍ଯ୍ୟବେକ୍ଷକ ପଠାଇବେ, ଯାହା ଦ୍ୱାରା ଦଳ ମୁଖ୍ୟମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଉପଯୁକ୍ତ ପ୍ରାର୍ଥୀ ଚୟନ କରିପାରିବ। ଏହା ସହିତ କ୍ୟାବିନେଟ ମନ୍ତ୍ରୀଙ୍କ ତାଲିକା ପ୍ରସ୍ତୁତ କରାଯିବ।