ଗତକାଲି ସନ୍ଧ୍ୟାରେ କଟକ ଜିଲ୍ଲା ବାରଙ୍ଗ ଥାନା ଅଧୀନ ତ୍ରିଶୁଳିଆ ନିକଟ କାଠଯୋଡ଼ିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।କାଠଯୋଡ଼ି ପୋଲ ଉପରେ ମୋବାଇଲ୍ ଓ ଆଧାରକାର୍ଡ ରଖି ପାଣିକୁ ଡେଇଁ ଥିଲେ ଉଭୟ ପୁରୁଷ ଓ ମହିଳା । ପୁଲିସ ଉଭୟଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲ ପଠେଇଥିଲେ ।ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଅଛି ।ସେମାନଙ୍କ ନାଁ ଶତ୍ରୁଘ୍ନ ଲେଙ୍କା ଓ ବର୍ଷା ଲେଙ୍କା ଜଣାପଡିଛି ।
ସେମାନେ ସଂପର୍କରେ ଶଳା ଭାଉଜ ଓ ନଣନ୍ଦେଇ।ଉଭୟ ନଈକୁ ଡେଇଁ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଥିଲା ।ଘଟଣାସ୍ଥଳରେ ଅଗ୍ନିସମବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା । ମାତ୍ର ପାଇନଥିଲା ଆଜି ସକାଳୁ ଉଭୟଙ୍କୁ ନଦୀ ପାର୍ଶ୍ୱରୁ ସୁରକ୍ଷିତ ଉଦ୍ଧାର ହୋଇଥିବା ପୋଲିସ ସୂଚନା ଦେଇଛି ।ଶତ୍ରୁଘ୍ନ ଓ ବର୍ଷା ପୁରୀଘାଟ ଥାନାରେ ହାଜର କରିଥିଲେ ।ମାତ୍ର ଏପର୍ଯ୍ୟନ୍ତ ଶତ୍ରୁଘ୍ନ ଏବଂ ବର୍ଷାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।