Monday, May 20, 2024
HomeJOBSOSSSC ତରଫରୁ ବଡ଼ ନିଯୁକ୍ତି

OSSSC ତରଫରୁ ବଡ଼ ନିଯୁକ୍ତି

ଓଡିଶା ସବ ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ (OSSSC) ତରଫରୁ ନିଯୁକ୍ତି ସୁଯୋଗ l OSSSC ପକ୍ଷରୁ ରେଡିଓଗ୍ରାଫର ପଦ ନିମନ୍ତେ ନିଯୁକ୍ତି ଲାଗି ଅନଲାଇନ୍ ଆବେଦନ ପ୍ରକ୍ରିୟା ୨୧ ସେପ୍ଟେମ୍ବରରୁ ଅର୍ଥାତ ଆଜିଠୁ ଆରମ୍ଭ ହୋଇଯାଇଛି । OSSSC ର ଅଫିସିଆଲ ୱେବସାଇଟ osssc.gov.in କୁ ଯାଇ ଏହି ପଦବୀ ଲାଗି ଆବେଦନ କରାଯାଇପାରିବ । ଆଜିଠାରୁ ୨୦ ଅକ୍ଟୋବର ମଧ୍ୟରେ ଆବେଦନ ୨୦୨୩ କରିପାରିବେ ।

ପଦବୀ ସଂଖ୍ୟା :

ଏହି ପ୍ରକ୍ରିୟାରେ ମୋଟ ୪୧୪ ରେଡିଓଗ୍ରାଫର ପଦରେ ପ୍ରାର୍ଥୀମାନକୁ ନିଯୁକ୍ତି ଦିଆଯିବ l ଏଥି ମଧ୍ୟରୁ ୩୭୮ ପଦ ସାଧାରଣ ଓ ସଂରକ୍ଷିତ ଶ୍ରେଣୀଙ୍କ ଲାଗି ରହିଥିବା ବେଳେ ୩୬ ପଦ ବିଶେଷ ଶ୍ରେଣୀର ପ୍ରାର୍ଥୀଙ୍କ ଲାଗି ରହିଛି ।

ଶିକ୍ଷାଗତ ଯୋଗ୍ୟତା:

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ଅଧୀନରେ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ଉତ୍ତୀର୍ଣ୍ଣ କିମ୍ବା ଏହାର ସମକକ୍ଷ ଶିକ୍ଷାଗତ ଯୋଗ୍ୟତା ରହିଥିବା ଆବଶ୍ୟକ । ଓଡିଶା ସରକାର କିମ୍ବା ଅଖିଳ ଭାରତୀୟ ଟେକନିକ ଶିକ୍ଷା ପରିଷଦ(ଏଆଇସିଟିଇ) ଦ୍ୱାରା ମାନ୍ୟତା ପ୍ରାପ୍ତ କୌଣସି ସରକାରୀ କିମ୍ବା ଘରୋଇ ସଂସ୍ଥାରୁ ମେଡିକାଲ ରେଡିଏସନ ଟେକ୍ନୋଲଜିରେ ଡିପ୍ଲୋମା କରିଥିଲେ ମଧ୍ୟ ଏହି ପଦବୀ ପାଇଁ ଆବେଦନ କରିପାରିବେ l

ବୟସ ସୀମା :

୧୫ ସେପ୍ଟେମ୍ବର ୨୦୨୩ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ଅତିକମରେ ୨୧ ବର୍ଷ ହୋଇଥିବା ଦରକାର l ଏହା ସହ ପ୍ରାର୍ଥୀଙ୍କ ବୟସ ୩୮ ବର୍ଷରୁ ଅଧିକ ହୋଇ ନ ଥିବା ଉଚିତ । ସଂରକ୍ଷିତ ଶ୍ରେଣୀର ପ୍ରାର୍ଥୀଙ୍କ ଲାଗି ସର୍ବୋଚ୍ଚ ବୟସ ସୀମା କୋହଳ କରାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments