
ଢାକା: ସଂରକ୍ଷଣ ମାଗିଲେ, ମିଳିଲା | ତଥାପି ବିକ୍ଷୋଭ କଲେ । ଶେଖ ହାସିନା ଦେଶ ଛାଡିଲେ, ତଥାପି ବିକ୍ଷୋଭର ଅନ୍ତ ହେଲାନି । ତେବେ ବାଂଲାଦେଶର ଏ ବିକ୍ଷୋଭକାରୀ ଚାହୁଁଛନ୍ତି କ’ଣ ? ପରିବର୍ତ୍ତନ, ନ୍ୟାୟ, ଅଧିକାର ନା ଏହା ପଛରେ ଆଉ କିଛି ହାସଲ କରିବାର ଲକ୍ଷ୍ୟ ରହିଛି ? ଯଦି ବିକ୍ଷୋଭକାରୀଙ୍କ ଗୋଟିଏ ଦାବି ଥିଲା ସଂରକ୍ଷଣ ହଟାଅ ତେବେ ତ ସୁପ୍ରିମକୋର୍ଟଙ୍କ ରାୟ ସେ ଦାବିକୁ ପୂରଣ କରିସାରିଥିଲା । ତେବେ ଶେଖ ହାସିନାଙ୍କୁ ୪୫ ମିନିଟ ଭିତରେ ଦେଶ ଛାଡିବାକୁ କହିବାର କାରଣ କ’ଣ ହୋଇପାରେ? ବାଂଲାଦେଶର ଜନକ ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ପ୍ରତିମୂର୍ତ୍ତି ଉପରେ ଚଢି ତାହାକୁ ଭାଙ୍ଗିବାର କାରଣ କଣ ହୋଇପାରେ ? ତାଙ୍କ ଉପରେ ପରିସ୍ରା କରି ଭିଡିଓ ଭାଇରାଲ କରିବାର କାରଣ କଣ ହୋଇପାରେ ? ଶେଖ ହାସିନାଙ୍କ ଅନ୍ତର୍ବସ୍ତ୍ର ଧରି ଫଟୋ ଉଠାଇବାର ଅର୍ଥ କଣ ? ଚାକିରୀରେ ସଂରକ୍ଷଣ ମାଗୁଥିବା ଯୁବଗୋଷ୍ଠୀ, ଛାତ୍ରସମାଜ କଣ ଏସବୁ କରୁଛନ୍ତି ? ଯେଉଁ ଛାତ୍ର ସମାଜର ମାନସିକତା ଏମିତି ତାଠାରୁ ଦେଶ କଣ ଆଶା କରିବା ? ନା ଛାତ୍ର ସମାଜ ପଛରେ ଆଉ କାହାର ହାତ ଅଛି ?
ବାଂଲାଦେଶରେ ରାଜେନୈତିକ ବିବାଦ ପଛରେ ବିଦେଶୀ ହାତ ଥିବା ବିଭିନ୍ନ ଘଟଣାରୁ ସ୍ପଷ୍ଟ କରୁଛି । ଦେଶର କିଛି ଲୋକ ରାସ୍ତାକୁ ଓହ୍ଲାଇଛନ୍ତି । ହେଲେ ସବୁ ଲୋକ ନୁହଁନ୍ତି । ଯଦିଓ ପୂର୍ବ ନିର୍ବାଚନରେ ବିରୋଧୀ ଭାଗ ନେଇ ନ ଥିଲେ ତଥାପି ନିର୍ବାଚନ ହେଇଥିଲା ଏବଂ ୪୦ ପ୍ରତିଶତ ମତଦାନ ହୋଇଥିଲା । ଅବଶ୍ୟ ବିରୋଧୀ ଆସନରୁ ଶେଖ ହାସିନାଙ୍କ କର୍ମୀମାନେ ହିଁ ସ୍ୱାଧୀନ ପ୍ରାର୍ଥୀଭାବେ ଛିଡା ହୋଇଥିଲେ । ଦେଖିବାକୁ ଗଲେ ଦେଶର ୪୦ ପ୍ରତିଶତ ଜନତା ଶେଖ ହାସିନାଙ୍କ ସପକ୍ଷରେ ଥିଲେ । ହେଲେ ଯେତିକି ବିକ୍ଷୋଭକାରୀ ରାସ୍ତାକୁ ଓହ୍ଲାଇଥିଲେ ସେମାନେ ଦେଶର ୪୦ ପ୍ରତିଶତ ଜନତା ନୁହଁନ୍ତି । ତଥାପି ଜଣେ ନିର୍ବାଚିତ ନେତ୍ରୀଙ୍କୁ ଦେଶରୁ ବିତାଡିତ କରାଗଲା । ତେଣୁ ଏଠି ପ୍ରଶ୍ନ, ଯେଉଁ ଯୁବ ସଂଗଠନ ଓ ଛାତ୍ର ସଂଗଠନ ଗଣତନ୍ତ୍ର ଶାସନର ନାରା ଦେଉଛନ୍ତି ସେମାନେ ନିଜ ହାତରେ ଗଣତନ୍ତ୍ରର ଗଳା ଚିପିଲେନି କି ?
ଏଥିରୁ ସ୍ପଷ୍ଟ ହେଉଛି ଏହା ପଛରେ ଆଉ କେଉଁ ଶକ୍ତି କାମ କରୁଛି । ଶେଖ ହାସିନାଙ୍କୁ ପାକିସ୍ତାନ ବିରୋଧ କରୁଥିଲା । କାରଣ ହାସିନାଙ୍କ ବାପା ଅର୍ଥାତ ବଙ୍ଗବନ୍ଧୁ ମୁଜିବୁର ରେହମାନଙ୍କ ପାଇଁ ପାକିସ୍ତାନଠାରୁ ବାଂଲାଦେଶ ଅଲଗା ହୋଇ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଥିଲା । ତେଣୁ ସେ ରାଗ ଭୁଲିନି ପାକିସ୍ତାନ । ତେଣୁ ଶେଖ ହାସିନା ବିତାଡିତ ହେବା ପରେ ଖୁସିରେ ଉତ୍ସବ ପାଳନ କରୁଥିଲା ପାକିସ୍ତାନ ଏବଂ ପୁଣି ଆମେ ଏକାଠି ହେବା ନାରା ପାକିସ୍ତାନରେ ଶୁଣିବାକୁ ମିଳୁଥିଲା । ତେଣୁ ଏହି ଛାତ୍ର ସଙ୍ଗଠନରେ ଜମାତ ଇସ୍ଲାମୀର ହାତ ଥିବା କୁହାଯାଉଛି | ଯେଉଁ ଜମାତ ସଙ୍ଗଠନକୁ ଶେଖ ହାସିନା ଦେଶରେ ବ୍ୟାନ କରିଥିଲେ ସେହି ଜମାତର ଆଇଏସଆଇ ସହ ସିଧାସଳଖ ଲିଙ୍କ ରହିଛି । ତେଣୁ ବାଂଲାଦେଶର ଏପରି ସ୍ଥିତି ପଛରେ ଆଇଏସ ଆଇର ପ୍ରଚ୍ଛନ୍ନ ହାତ ଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।
ଏପଟେ ଚୀନର ଭୂମିକାକୁ ମଧ୍ୟ ଏଡାଇ ହେବନି । ଘଟଣାର କିଛି ସପ୍ତାହ ତଳେ ଶେଖ ହାସିନା ଚୀନ ଗସ୍ତରେ ଯାଇଥିଲେ । ତେବେ ସେଠାରେ ତାଙ୍କୁ ଯେମିତି ସମ୍ମାନ ମିଳିବା କଥା ମିଳି ଥିଲା । ତେଣୁ ଝିଅର ଦେହ ଅସୁସ୍ଥ କହିଚାଲି ଆସି ଆସିଥିଲେ । ତବେ ଏଠି ପଚାରିବା କଥା,ଚୀନ କାହିଁକି ଶେଖ ହାସିନାଙ୍କୁ ଏମିତି ସମ୍ମାନ ଦେବରେ ଅବହେଳା କଲା
? ଚୀନ କ କଣ ଜାଣିଥିଲା ଶେଖ ହସିନା କ୍ଷମତାରେ ଅଳ୍ପ ଦିନ ବୋଲି ? ତେଣୁ ଯାହା ହାତରେ ଅଳ୍ପ ଦିନ ପାଇଁ କ୍ଷମତା ତା ସହ ସମ୍ପର୍କ ରଖି ଲାଭ କଣ ଭାବି ହସିନାଙ୍କୁ ଅଣଦେଖା କରିଥିଲା ? ଆଉ ଏକ କଥା ହେଲା, ବଂଲାଦେଶ ସହ ଭାରତର ସମ୍ପର୍କ ଭଲ | ଆଉ ଏହି ସମ୍ପର୍କ ଚୀନ, ପାକିସ୍ତାନ ପାଇଁ କଣ୍ଟା ଫୋଡିଲା ପରି ଲାଗୁଥିଲା । ତେଣୁ ହସିନାଙ୍କୁ କ୍ଷମତାଚ୍ୟୁତ ଷଡଯନ୍ତ୍ର ରଚିବା ଚୀନ ପକ୍ଷେ କିଛି ଅସମ୍ଭବ ନୁହେଁ |
ଆଉ ଆମେରିକାର ହାତ ଥିବା ନେଇ ତ ପୂର୍ବରୁ ନିଜେ ଶେଖ ହାସିନା ସୂଚନା ଦେଇ ସାରିଥିଲେ । ନାଁ ନ ନେଇ ଜଣେ ହ୍ୱାଇଟ ମ୍ୟାନଙ୍କ କଥା କହୁଥିଲେ ଯିଏ ବାଂଲା ଦେଶରେ ମିଲିଟାରି ଏୟାରବେଶ ତିଆରି ପାଇଁ ଶେଖ ହସିନାଙ୍କୁ ପ୍ରଲୋଭନ ଦେଖାଉଥିଲେ |
ହ୍ୱାଇଟ ମ୍ୟାନଜଣଙ୍କ ତାଙ୍କୁ କହିଥିଲେ ଯେ, ଯଦି ବାଂଲାଦେଶରେ ଏୟାରବେଶ ତିଆରି କରିବା ଲାଗି ହସିନା ତାଙ୍କ ଦେଶକୁ ଅନୁମତି ଦେବେ ତାହେଲେ ନିର୍ବାଚନରେ ସହଜରେ ବିଜୟ ମିଳିବା ନିଶ୍ଚିତ |
ତେଣୁ ବାଂଲାଦେଶ ଆଜି ବିଦେଶୀ ଷଡଯନ୍ତ୍ରର ଶିକାର ହୋଇଛି | ଆଉ ଫଳସ୍ୱରୂପ ଶେଖ ହସିନାକୁ ଦେଶରୁ ବିତାଡିତ ହେବାକୁ ପଡିଛି |