
ଚୀନ ଅଭିମୁଖେ ଯାଉଥିବା ଇରାକର ଏକ ବିମାନ କୋଲକାତାରେ ଆଜି ସକାଳେ ଜରୁରୀ ଅବତରଣ କରିଛି ।ତେବେ ବିମାନ ମଧ୍ୟରେ ଜଣେ ଯାତ୍ରୀ ଅସୁସ୍ଥ ହୋଇଯିବାରୁ ବିମାନଟି ଜରୁରୀ ଅବତରଣ କରିଥିଲା ।କିନ୍ତୁ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଛି।
ଇରାକର ରାଜଧାନୀ ବାଗଦାଦରୁ ଚାଇନାର ଗୁଆଙ୍ଗଜୋକୁ ଉଡ଼ାଣ ଭରିଥିଲା IA-୪୭୩ ବିମାନ। ବିମାନରେ ୧୫ ଜଣ କ୍ୟୁ ସଦସ୍ୟଙ୍କ ସହ ୧୦୦ଜଣ ଯାତ୍ରୀ ଥିଲେ। ଅସୁସ୍ଥ ନାବାଳିକାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ମାତ୍ର ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ମୁଖପାତ୍ର ସୂଚନା ଦେଇଛନ୍ତି।