
ଭୁବନେଶ୍ୱର: ଏସିଆ ପାସିଫିକ୍ ଗ୍ରୁପ IPUର ଉପ ସଭାପତି ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମନୋନୀତ କରାଯାଇଛି | ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ IPU କାର୍ଯ୍ୟକାରୀ କମିଟି ମନୋନୀତ କରିଛି । ଏ ନେଇ ନିଜେ ଅପରଜୀତା ତାଙ୍କ X ପେଜରେ ସୂଚନା ଦେଇଛନ୍ତି |
ସୂଚନା ଥାଉ କି, ଏସିଆ ପାସିଫିକ୍ ଗ୍ରୁପ ସାଂସଦମାନଙ୍କୁ ନେଇ IPU ବା ଇଣ୍ଟର ପାର୍ଲମେଣ୍ଟାରୀ ୟୁନିଅନ ରହିଛି। ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି IPUର ସଦସ୍ୟ ଅଛନ୍ତି । ଗତ ମାର୍ଚ୍ଚ ମାସରେ ଜେନିଭା ଠାରେ IPUର ଆସେମ୍ବଲୀ ଆୟୋଜିତ ହଲିଥିଲା | ଏଥିରେ ସାଂସଦ ଅପରାଜିତା ଭାଗ ନେଇଥିଲେ। ଏବେ ତାଙ୍କୁ IPUର ସଭାପତି ଭାବେମନୋନୀତ କରାଯାଇଛି | ଏହି ଖବର ସେ ବାଚସ୍ପତି ଓମ୍ ବିର୍ଲାଙ୍କ ଜରିଆରେ ସୂଚନା ପାଇଥିବା ନେଇ ସୋଶାଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି