Sunday, May 19, 2024
HomeINTERNATIONALଆଗକୁ ଆଉ ଦରମା ନେବେନି ପ୍ରଧାନମନ୍ତ୍ରୀ !

ଆଗକୁ ଆଉ ଦରମା ନେବେନି ପ୍ରଧାନମନ୍ତ୍ରୀ !

ଦେଶର ଦୟନୀୟ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଓ ତାଙ୍କ କ୍ୟାବିନେଟ୍‌ର ସବୁ ମନ୍ତ୍ରୀ ଏଣିକି ଦରମା ଓ ଅନ୍ୟାନ୍ୟ ଭତ୍ତା ନେବେ ନାହିଁ ବୋଲି ଜଣାପଡିଛି।

ଗୁରୁବାର ସରିଫଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିିଆଯାଇଛି। କେବଳ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଦରମା ନୁହେଁ, ସରକାରୀ ଖର୍ଚ୍ଚରେ ଏମାନଙ୍କ ସମେତ ସାଂସଦ ଓ ସରକାରୀ ଅଧିକାରୀଙ୍କ ବିଦେଶ ଗସ୍ତ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି।

ବିଦେଶ ଯାତ୍ରା ଜରୁରୀ ହୋଇଥିଲେ, ସଂପୃକ୍ତ ମନ୍ତ୍ରୀ, ସାଂସଦ ଓ ଅଧିକାରୀଙ୍କୁ ଆଗୁଆ ଅନୁମତି ନେବାକୁ ପଡିବ ବୋଲି ଜଣାପଡିଛି। ଏପରିକି ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ମଧ୍ୟ ଦରମା ନେବେନି ବୋଲି ଗତ ସପ୍ତାହରେ ଘୋଷଣା କରିସାରିଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments