
ନୂଆଦିଲ୍ଲୀ: ଭାରତରେ ଦିନ କୁ ଦିନ ବଢୁଛି ଦୁର୍ନୀତି । ଯାହା ଏବେ ଚିନ୍ତା ବିଷୟ ପାଲଟିଛି । ନିକଟରେ ଦୁନିଆର ଦୁର୍ନୀତିଗ୍ରସ୍ତ ଦେଶ ମାନଙ୍କର ନାଁ ପକାଶ ହୋଇଛି । ଯେଉଁଥିରେ ରହିଛି ଭାରତ ନାମ । ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲରେ ପ୍ରକାଶିତ ଏହି ରିପୋର୍ଟରେ ଭାରତ ୧୮୦ଟି ଦେଶ ମଧ୍ୟରେ ରହିଛି । ଯେଉଁଥିରେ ଭାରତର ସ୍ଥାନ ୯୬ରେ ରହିଛି ।
ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲର ରିପୋର୍ଟ ୨୦୨୪ର ଦୁର୍ନୀତି ପରସେପ୍ସନ ଇଣ୍ଡେକ୍ସ (ସିପିଆଇ) ଅନୁଯାୟୀ ଭାରତର ସ୍କୋର ଗୋଟିଏ ପଏଣ୍ଟ ହ୍ରାସ ପାଇ ୩୮କୁ ଆସିଛି। ୨୦୨୩ ମସିହାରେ ଭାରତର ସ୍କୋର ୩୯ ଥିବା ବେଳେ ୨୦୨୨ ମସିହାରେ ଭାରତକୁ ୪୦ ପଏଣ୍ଟ ଦିଆଯାଇଥିଲା। ସେହିପରି ୨୦୨୩ ମସିହାରେ ଭାରତର ରାଙ୍କିଂ ୯୩ ଥିଲା। ଏହାର ଅର୍ଥ ହେଉଛି ଭାରତରେ ଦିନକୁ ଦିନ ଦୁର୍ନୀତି ବଢିବାରେ ଲାଗିଛି। ସେହିପରି ରିପୋର୍ଟରେ ଚୀନ ୭୬ତମ ସ୍ଥାନରେ ଥିବା ବେଳେ ପାକିସ୍ତାନ ୧୩୫ ତମ ସ୍ଥାନ, ବାଂଲାଦେଶ ୧୪୯ତମ ସ୍ଥାନ ଏବଂ ଶ୍ରୀଲଙ୍କା ୧୨୧ ତମ ସ୍ଥାନରେ ରହିଛି। ସେହିପରି ଋଷ ୨୨ ନମ୍ବରରେ ଥିଲାବେଳେ ୟୁକ୍ରେନ୍ ୩୫ ନମ୍ବରରେ ରହିଛି।
ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲର ରିପୋର୍ଟ ଅନୁସାରେ, ବହୁତ କମ୍ ଦୁର୍ନୀତି ହେଉଛି ଡେନମାର୍କରେ । ଏହି ରାଙ୍କିଂରେ ଡେନମାର୍କକୁ ନମ୍ବର ୧ରେ ରଖାଯାଇଛି। ଡେନମାର୍କ ପରେ, ଫିନଲ୍ୟାଣ୍ଡ ଏବଂ ତା’ପରେ ସିଙ୍ଗାପୁରକୁ ସ୍ଥାନ ଦିଆଯାଇଛି। ଏହି ସିପିଆଇ ସୂଚକାଙ୍କରେ ୧୮୦ଟି ଦେଶ ସାମିଲ ରହିଛି । ତେବେ ଏହାର ସ୍କେଲ୍ ଶୂନ୍ୟରୁ ୧୦୦ ମଧ୍ୟରେ ରହିଥାଏ। ଶୂନ୍ୟକୁ ସବୁଠାରୁ ଦୁର୍ନୀତିଗ୍ରସ୍ତ କୁହାଯାଉଥିଲା ବେଳେ ୧୦୦କୁ ସବୁଠାରୁ ସ୍ବଚ୍ଛ ଦେଶ ଭାବେ ବିବେଚନା କରାଯାଏ। ଅପରପକ୍ଷରେ ଦକ୍ଷିଣ ଏସିଆରେ ଦୁର୍ନୀତି ଏକ ପ୍ରମୁଖ ସମସ୍ୟା ପାଲଟିଥିବା ରିପୋର୍ଟରୁ ଜଣାପଡୁଛି।