ଭୁବନେଶ୍ଵର: ଓଡ଼ିଶାରେ ଲାଗୁ ହେଇସାରିଛି ଆୟୁଷ୍ମାନ ଯୋଜନା । ରାଜ୍ୟର ପାଖାପାଖି ୩ କୋଟି ୫୧ ଲୋକ ଏହି ଯୋଜନାରେ ଉପକୃତ । ଆର୍ଥିକ ଦୁର୍ବଳ ଥିବା ଲୋକଙ୍କୁ ଆର୍ଥିକ ନିରାପତ୍ତା ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସେବା ଯୋଗାଇବା ଏହି ଯୋଜନାର ମୂଳ ଲକ୍ଷ୍ୟ । ନିଜ ଚିକିତ୍ସା ଖର୍ଚ୍ଚ ଉଠାଇବା ପାଇଁ ଗରିବ ଲୋକଙ୍କୁ ଯେପରି କୌଣସି ଅସୁବିଧା ନ ହେବ, ସେଥିପାଇଁ କେନ୍ଦ୍ର ସରକାର ଆୟୁଷ୍ମାନ ଯୋଜନା ଆରମ୍ଭ କରିଥିଲେ । ଯାହା ଅଧୀନରେ ପଞ୍ଜୀକୃତ ଲାଭାର୍ଥୀଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିଥାଏ । ବର୍ତ୍ତମାନ ଏହି ଯୋଜନାରେ ଆବେଦନ ଏବଂ କାର୍ଡ ଡାଉନଲୋଡ କରିବାକୁ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଛନ୍ତି ହିତାଧିକାରୀ । କାରଣ ଜନସେବାକେନ୍ଦ୍ରରେ ବ୍ୟାପକ ଗହଳିରେ ହହ୍ତସନ୍ତ ହେଉଛନ୍ତି ହିତାଧିକାରୀ । ଏବେ କିନ୍ତୁ ଆଉ ଚିନ୍ତା ନାହିଁ । କାରଣ ଏବେ ହିଁ ଘରେ ବସି ହିଁ ଆପଣମାନେ ଆୟୁଷ୍ମାନ ଯୋଜନା ପାଇଁ ଆବେଦନ କରିପାରିବେ । ଏବଂ ଅତି ସହଜରେ ଏହାକୁ ଡାଉନଲୋଡ ମଧ୍ୟ କରିପାରିବେ । ତେବେ ଆସନ୍ତୁ ଜାଣିବା କେମିତି କରିବେ ଆବେଦନ ଏବଂ ଏହାକୁ ଡାଉନଲୋଡ ।
ଆୟୁଷ୍ମାନ ଯୋଜନା ପାଇଁ କିପରି ଆବେଦନ କରିବେ?
- ଏଥିପାଇଁ ପ୍ରଥମେ ଆୟୁଷ୍ମାନ ଭାରତ PM-JAYର ଅଫିସିଆଲ୍ ୱେବସାଇଟକୁ ଯାଆନ୍ତୁ ।
- ଏହାପରେ ଆପଣଙ୍କର ଆଧାର କିମ୍ବା ରେସନ କାର୍ଡ ବ୍ୟାରିଫାଏ କରନ୍ତୁ ।
- ପାରିବାରିକ ପରିଚୟ ପ୍ରମାଣ ପ୍ରଦାନ କରନ୍ତୁ ।
- ଏହା ପରେ ଏକ ସ୍ୱତନ୍ତ୍ର ଆୟୁଷ୍ମାନ ଯୋଜନା ID ସହିତ ଆପଣଙ୍କର ଇ-କାର୍ଡ ପ୍ରିଣ୍ଟ୍ କରନ୍ତୁ ।
କେମିତି କରିବେ ଆୟୁଷ୍ମାନ କାର୍ଡ ଡାଉନଲୋଡ?
- ଆପଣଙ୍କୁ ପ୍ରଥମେ ସରକାରଙ୍କ ଅଫିସିଆଲ୍ ଓ୍ୱେବସାଇଟରେ ଲଗଇନ୍ କରିବାକୁ ପଡିବ । ଯାହାକି ହେଉଛି beneficiary.nha.gov.in ।
- ଏହାପରେ ସେଠାରେ ଆପଣ ନିଜର ମୋବାଇଲ୍ ନମ୍ବର ଏବଂ ଓଟିପି ଦେଇ ଲଗଇନ୍ କରିବେ ।
- ଏହାପରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଗୋଟିଏ ନୂଆ ସ୍ଲାଇଡ୍ ଓପନ୍ ହେଇଯିବ ।
- ସେଠାରେ ଆପଣ ନିଜର ରାଜ୍ୟ, ଜିଲ୍ଲା ସହ ଆଧାର ନମ୍ବର ଦେଇ ଆପଣଙ୍କର ପରିବାରର ଆୟୁଷ୍ମାନ କାର୍ଡ ଦେଖିପାରିବେ ।
- ଆୟୁଷ୍ମାନ କାର୍ଡକୁ ଡାଉନଲୋଡ୍ କରିବା ପାଇଁ ଆପଣଙ୍କୁ ପୁଣିଥରେ ଆଧାର କାର୍ଡ ସହିତ ଓଟିପି ନମ୍ବର ଦେବାକୁ ପଡିବ ।
- ଏହିପରି ଭାବେ ଆପଣ ଅତି ସହଜରେ ଘରେ ବସି ଆୟୁଷ୍ମାନ କାର୍ଡ ଡାଉନଲୋଡ୍ କରିପାରିବେ ।