
ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ପରିଚାଳନା ଓ ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିବ ବିଧାନସଭା ଗୃହ କମିଟି ।ବିଭାଗୀୟ ଷ୍ଟାଣ୍ଡିଂ କମିଟି ଇ ପୁରୀ ଗସ୍ତରେ ଯାଇ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ଓ ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିବେ । ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ସିଦ୍ଧାନ୍ତ ମହାପାତ୍ରଙ୍କ ନେତୃତ୍ୱାଧୀନ ୧୨ଜଣିଆ ସଦସ୍ୟ ବିଶିଷ୍ଟ କମିଟି ପୁରୀ ଗସ୍ତରେ ଯିବ ।ଶ୍ରୀକ୍ଷେତ୍ରରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀ ଓ ଆଇନ ବିଭାଗର ଅଧିକାରୀମାନଙ୍କ ସହ ମଧ୍ୟ ଆଲୋଚନା କରିବେ ।
ରଥ ଯାତ୍ରାବେଳେ ଶ୍ରଦ୍ଧାଳୁ ରଥରେ ନଚଢ଼ିବାକୁ ନେଇ ଦଇତାପତିଙ୍କୁ ଦିଆଯାଉଥିବା କ୍ଷତିପୂରଣ , କୋଠ ଭୋଗ ଧନ ଯୋଜନା, ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀଙ୍କୁ ଦରମା ଓ ଅନୁଦାନ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ପ୍ରଭାବିତଙ୍କୁ କ୍ଷତିପୂରଣ ଆଦି ପ୍ରସଙ୍ଗରେ ବରିଷ୍ଠ ଅଧିକାରୀମାନଙ୍କ ସହ ଗୃହ କମିଟି ଆଲୋଚନା କରିବେ ।