
ବର୍ଷାରେ ଭିଜୁଛି ଦୁଇ ସହର ।ସକାଳୁ ସକାଳୁ ଏଇ ଦୁଇ ସହରରେ ଆସନ୍ତା ୩ ଘଣ୍ଟା ପାଇଁ ଖୋର୍ଦ୍ଧା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏବେ ବି ଦୁଇ ସହରରେ ବର୍ଷା ଜାରି ରହିଛି । ଫଳରେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି ।
ଫଳରେ ଲୋକମାନେ ଯାତାୟତ କରିବାରେ ଅସୁବିଧା ସୃଷ୍ଟି ହୋଇଛି। ସିଏସି ପକ୍ଷରୁ ୱାଟର ପମ୍ପ ମାଧ୍ୟମରେ ପାଣିକୁ ନିଷ୍କାସନ କରାଯାଇଛି। ସେହିପରି ରାଜଧାନୀରେ ସମାନ ପରିସ୍ଥିତି ସୃଷ୍ଟି ହୋଇଛି।