
ଦୀପାବଳିରେ ଭୟଙ୍କର ବିସ୍ପୋରଣ ଘଟିଛି । ଦୀପାବଳି କାହାର ଜୀବନ ନେଇଛି ତ କେଉଁଠି ଅନେକ ଲୋକ ଆହତ ହୋଇଛନ୍ତି ।ରାଜଧାନୀ ଭୁବନେଶ୍ୱର ସମେତ ପୁରୀ, ବାଲେଶ୍ୱର ଓ ରାୟଗଡ଼ାରେ ଛୋଟ ବଡ଼ ଅଘଟଣ ଘଟିଛି। କେଉଁଠି ଜୀବନ ବି ଯାଇଛି ତ ପୁଣି କେଉଁଠି ଅନେକ ଲୋକ ଆହତ ହୋଇଛନ୍ତି।
ରାଜଧାନୀର ବିଭିନ୍ନ ସ୍ଥାନରେ ବାଣ ଫୁଟାଇଲା ବେଳେ ଅଘଟଣ ଘଟି ୧୫ରୁ ଅଧିକ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଏଥି ସହିତ ବିଭିନ୍ନ ଜିଲ୍ଲାରେ ବାଣ ଫୁଟେଇଲାବେଳେ ଅନେକ ଲୋକ ଆହତ ହୋଇଛନ୍ତି ।