
ଭୁବନେଶ୍ଵର: ଖରା ହେଉ କି ବର୍ଷା ଅବା ଶୀତ ଦିନ । ମକା ଖାଇବାର ମଜା ସବୁବେଳେ ନିଆରା । ଏବେ ବର୍ଷକ ବାରମାସ ବଜାରରେ ମକା ଉପଲବ୍ଧ । ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ ଲାଗେ ଶରୀର ପାଇଁ ଏହାର ଲାଭ ମଧ ସେତିକି ଅଧିକା । ଏଥିରେ ପ୍ରୋଟିନ, କାର୍ବୋହାଇଡ୍ରେଟ, ଫାଇବର, ଭିଟାମିନ୍, ଖଣିଜ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଛି ।
କଣ ରହିଛି
ମକାରେ ଭିଟାମିନ, ଆଣ୍ଟିଅକ୍ସିଡାଣ୍ଟ ଥାଏ । ଯାହା ଆମ ଆଖି ବେଶ୍ ଲାଭଦାୟକ । ମକା ଖାଇବା ଦ୍ୱାରା ଦୃଷ୍ଟିଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ମକାରେ ଥିବା କାରୋଟିନଏଡ଼ ଯାହା ଦୃଷ୍ଟିଶକ୍ତିକୁ ବଢାଇଥାଏ ।
ମକା ଖାଇବା ଦ୍ୱାରା ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଏହାଦ୍ୱାରା କୋଷ୍ଠକାଠିନ୍ୟ, ଗ୍ୟାସ, ଅମ୍ଳତା ସମସ୍ୟାରୁ ମୁକ୍ତି ମିଳିଥାଏ ।
ଓଜନ କମାଇବାରେ ମଧ୍ୟ ସାହାର୍ଯ୍ୟ କରେ ମକା । ଏହାକୁ ଖାଇବା ଦ୍ୱାରା ଶୀଘ୍ର ପେଟ ପୂରେ ଓ ସହଜରେ ଭୋକ ଲାଗେ ନାହିଁ । ମକା ଓଜନ ହ୍ରାସ କରିବାରେ ମଧ୍ୟ ବେଶ୍ ସହାୟକ ହୋଇଥାଏ ।
ସୁଇଟ କର୍ଣ୍ଣ ବା ମିଠା ମକା ଖାଇବା ଦ୍ୱାରା ଏନିମିଆ ତଥା ରକ୍ତହୀନତା ଆଶଙ୍କା ମଧ୍ୟ ଦୂର ହୋଇଥାଏ । ଏଥିରେ ଭିଟାମିନ୍ ବି ୧୨, ଫୋଲିକ ଏସିଡ଼ ଓ ଆଇରନ୍ ଥାଏ । ଏହାକୁ ଖାଇବା ଦ୍ୱାରା ଶରୀରରେ ରକ୍ତ ଅଭାବ ଦୂର ହୋଇଥାଏ ।
ଭିଟାମିନ ବି୬, ଆଇରନ, ଭିଟାମିନ-ଏ, ଥିଆମିନ୍, ଜିଙ୍କ ଏବଂ ମାଗ୍ନିଶିୟମ ମକାରେ ଭରପୂର ମାତ୍ରାରେ ରହିଛି । ଏହାକୁ ଖାଇବା ଦ୍ୱାରା ଶକ୍ତି ମିଳିଥାଏ ।
ମକା ମଧୁମେହ ରୋଗୀଙ୍କ ପାଇଁ ବେଶ୍ ଲାଭଦାୟକ ।