
କୋଲକାତା ଆରଜେ କର ଡାକ୍ତରଖାନାରେ ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହେଇଛି ।ଫେଡେରେସନ୍ ଅଫ୍ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍ ପକ୍ଷରୁ ଡାକ୍ତର ମାନେ ରାଜରାସ୍ତାକୁ ଓଲ୍ହାଇବା ସହ ଧର୍ମଘଟର ଡାକରା ମଧ୍ୟ ଦେଇଛନ୍ତି ।ଜରୁରୀକାଳୀନ ସେବାକୁ ମଧ୍ୟ ଡାକ୍ତରମାନେ ବନ୍ଦ ରଖିଛନ୍ତି ।ଯାହାଦ୍ୱାରା ରୋଗୀମାନେ ମଧ୍ୟ ହଇରାଣ ହେଉଛନ୍ତି । ଆଇଏମଏ ତରଫରୁ ଅଗଷ୍ଟ ୧୭ରୁ ୧୮ ତାରିଖ ପର୍ୟ୍ୟନ୍ତ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି।
ଏହାରି ଭିତରେ ଗତ ୧୪ ତାରିଖରେ ଉକ୍ତ ଡାକ୍ତରଖାନାରେ ଯେଉଁ ଭଳି ଭାବେ ଭଙ୍ଗାରୁଜା ହୋଇଥିଲା ତାକୁ ନେଇ ରାଜ୍ୟ ସରକାରଙ୍କ ଉପରେ କଲିକତା ହାଇକୋର୍ଟ ପ୍ରବଳ ବର୍ଷିବା ସହ ନାରୀ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି ।ଏଭଳି ହିଂସାତ୍ମକ ପରିସ୍ଥିତି ସୃଷ୍ଟି ନକରି ନିଜର କର୍ତ୍ତବ୍ୟ ସମ୍ପାଦନ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି ।ଭବିଷ୍ୟତରେ ଏପରି ଘଟଣା ପୁନର୍ବାର ନଘଟିବାକୁ ରାଜ୍ୟ ସରକାରଙ୍କୁ ଆହ୍ୱାନ କରିଛନ୍ତି କଲିକତା ହାଇକୋର୍ଟ।