Sunday, May 19, 2024
HomeINTERNATIONALଫେସବୁକକୁ ପଛରେ ପକାଇଲା ଇଷ୍ଟଗ୍ରାମ

ଫେସବୁକକୁ ପଛରେ ପକାଇଲା ଇଷ୍ଟଗ୍ରାମ

ନୂଆଦିଲ୍ଲୀ: ପୂର୍ବରୁ ଫେସବୁକ୍ କିମ୍ବା ଟିକଟକ୍ ପ୍ରଥମ ସ୍ଥାନରେ ରହୁଥିବା ବେଳେ, ବର୍ତ୍ତମାନ ଇନଷ୍ଟାଗ୍ରାମ ଏହି ଦୁଇଟି ଆପକୁ ପଛରେ ପକାଇ ଏକ ନମ୍ବରରେ ପହଞ୍ଚିଛି । କହିବାକୁ ଗଲେ ଟିକଟକ୍ କେତେକ ଦେଶରେ ନିଷେଧାଦେଶ ହେତୁ ଇନଷ୍ଟାଗ୍ରାମ ଲାଭ ରେ ଅଛି । କାରଣ ଏବେ ରିଲ୍ସ ର ଯୁଗ କହିଲେ କିଛି ଅତ୍ୟୁକ୍ତି ହେବନି ପିଲାଠୁ ବୟସ୍କ ସମସ୍ତେ ଏବେ ରିଲ୍ସ ପ୍ରସ୍ତୁତ କରିବାରେ ବ୍ୟସ୍ତ । ତେଣୁ ବର୍ତ୍ତମମାନ ସମୟରେ ଇଷ୍ଟାଗ୍ରାମର ବହୁଳ ଭାବେ ବ୍ୟବହାର ହେଉଇଛି । ଯଦ୍ବାରା ସମସ୍ତ ଆପ୍ କୁ ପଛରେ ପକାଇ ଏକ ନମ୍ବରରେ ପହଞ୍ଚିଛି ଇନଷ୍ଟାଗ୍ରାମ ।

ସେନ୍ସର ଟାୱାରର ରିପୋର୍ଟ ଅନୁଯାୟୀ, ଇନଷ୍ଟାଗ୍ରାମର ଡାଉନଲୋଡ୍ ଦୁନିଆରେ ୨୦ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୩ ମସିହାରେ, ଇନଷ୍ଟାଗ୍ରାମ ଆପ୍ ୭୬୭ ନିୟୁତ ଥର ଡାଉନଲୋଡ୍ ହୋଇଥିଲା, ଯାହାକି ୨୦୨୨ ମସିହାରେ ପୂର୍ବ ବର୍ଷ ତୁଳନାରେ ୨୦ ପ୍ରତିଶତ ଅଧିକ ଅଟେ । ଟିକଟକ୍ ବିଷୟରେ କହିବାକୁ ଗଲେ ଏହା ୭୩.୩ କୋଟି ଥର ଡାଉନଲୋଡ୍ ହୋଇଥିଲା । ଏହି ଚାଇନିଜ୍ ଆପ୍ ଭାରତରେ ନିଷେଧ ଏବଂ ଆମେରିକାରେ ଏହାକୁ ନିଷିଦ୍ଧ କରିବା ପାଇଁ ପ୍ରସ୍ତୁତି ଚାଲିଛି ।

୨୦୨୦ ଠାରୁ ଇନଷ୍ଟାଗ୍ରାମର ଲୋକପ୍ରିୟତା ବୃଦ୍ଧି ପାଇଛି, କାରଣ ଏହି ବର୍ଷ ରିଲ୍ସ ଲଞ୍ଚ କରାଯାଇଥିଲା । ଲୋକଙ୍କ ଭିଡିଓର କ୍ରେଜ ପରେ ହିଁ ଇନଷ୍ଟାଗ୍ରାମ ରିଲ୍ସ ଲଞ୍ଚ କରାଯାଇଥିଲା । ଇନଷ୍ଟାଗ୍ରାମ ରିଲ୍ସ ହେଉଛି ଏକ ଫିଚର ଯେଉଁଥିରେ ୟୁଜର୍ସ ମାନେ ସର୍ଟ କ୍ଲିପ୍ ତିଆରି କରି ଏହି ପ୍ଲାଟଫର୍ମରେ ଭିଡିଓ ସେୟାର କରିପାରିବେ ।

ଇନଷ୍ଟାଗ୍ରାମର ରିଲ୍ସ ଫିଚର ଯୁବପିଢିମାନଙ୍କ ମଧ୍ୟରେ ସବୁଠାରୁ ଲୋକପ୍ରିୟ ହୋଇଛି । ଯୁବକମାନେ ବିଭିନ୍ନ ପ୍ରସଙ୍ଗରେ ଭିଡିଓ ପ୍ରସ୍ତୁତ କରନ୍ତି ଏବଂ ଇନଷ୍ଟାଗ୍ରାମରେ ସେୟାର କରନ୍ତି । ଇନଷ୍ଟାଗ୍ରାମ ଆପର ଲୋକପ୍ରିୟତା ବୃଦ୍ଧି ପାଇଁ ଏହା ଏକ ପ୍ରମୁଖ କାରଣ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments