Sunday, May 19, 2024
HomeNATIONALସିବିଏସଇ ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷା ତାରିଖ ଘୋଷିତ

ସିବିଏସଇ ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷା ତାରିଖ ଘୋଷିତ

ନୂଆଦିଲ୍ଲୀ: ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୧୦, ୨୦୨୪ରେ ଶେଷ ହେବ । ସିବିଏସଇ ଡେଟସିଟ୍ ୨୦୨୪ ଖୁବଶୀଘ୍ର ବୋର୍ଡର ଅଫିସିଆଲ ୱେବସାଇଟ (cbse.gov.in )ରେ ପ୍ରକାଶ  ପାଇବ । ପୂର୍ବ ବର୍ଷଗୁଡ଼ିକଭଳି ଡିସେମ୍ବର ଶେଷ ସପ୍ତାହରେ ସିବିଏସଇ ଦଶମ ଓ ଦ୍ୱାଦଶ ସମୟ ସୂଚୀ ପ୍ରକାଶ ପାଇବାର ସମ୍ଭାବନା ରହିଛି । ତେବେ ବୋର୍ଡ ପକ୍ଷରୁ ଏ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ।

ସିବିଏସ୍ଇ ବୋର୍ଡ ପ୍ରାକ୍ଟିକାଲ ପରୀକ୍ଷାକୁ ଆଉ ଏକ ମାସରୁ କମ୍ ସମୟ ବାକି ରହିଛି। ସିବିଏସଇ ବୋର୍ଡ ୨୦୨୪ ଜାନୁଆରୀ ପହିଲାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ପ୍ରାକ୍ଟିକାଲ ପରୀକ୍ଷା ଆୟୋଜନ କରିବ, ଯାହା ଥିଓରି ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ଶେଷ ହେବ।

ସିବିଏସଇ ଦଶମ ଓ ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ୨୦୨୪ ପ୍ରାୟ ୫୫ ଦିନ ଧରି ଅନୁଷ୍ଠିତ ହେବ । ସିବିଏସଇ ପରୀକ୍ଷା ନିୟନ୍ତ୍ରକ ସନ୍ୟାମ ଭରଦ୍ୱାଜ କହିଛନ୍ତି, ବୋର୍ଡ ପରୀକ୍ଷାର ଉପରୋକ୍ତ କାର୍ଯ୍ୟସୂଚୀକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା ପରିଚାଳନାକାରୀ ସଂସ୍ଥାକୁ ସେମାନଙ୍କ ଅନ୍ୟାନ୍ୟ ପରୀକ୍ଷା ତାରିଖ ସ୍ଥିର କରିବାକୁ ଅନୁରୋଧ କରାଯାଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments