
ଭାରତର ନାଗରିକ ହିସାବରେ ଦେଶର ସମସ୍ତ ବ୍ୟକ୍ତିଙ୍କୁ ଭୋଟ ଦେବାର ଅଧିକାର ରହିଛି l ତେଣୁ ଅନେକ ସମୟରେ ବୟସ୍କମାନେ ଓ ଦିବ୍ୟାଙ୍ଗମାନେ ବୁଥକୁ ଆସିବାକୁ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସେମାନେ ଭୋଟ ଦେବାରୁ ବଞ୍ଚିତ ରୁହନ୍ତି l ତେଣୁ ଆଗାମୀ ବିଧାନସଭା ନିର୍ବାଚନ-୨୦୨୩ ପାଇଁ ଭୋଟ ଦେବା ସମୟରେ ଯେମିତି ଭେଟରଙ୍କୁ କୌଣସି ପ୍ରକାର ଅସୁବିଧା ନହୁଏ ସେଥିପାଇଁ ଜୋରସୋର ପ୍ରସ୍ତୁତି ଆରମ୍ଭ ହେବା ସହ ଏକ ଗୁରୁତ୍ୱପୂର୍ଣ ନିଷ୍ପତି ମଧ୍ୟ ନିଆଯାଇଛି ।
ନିକଟରେ ଭାରତର ନିର୍ବାଚନ ଆୟୋଗ ଏକ ପ୍ରଶଂସଯୋଗ୍ୟ ପଦକ୍ଷେପ ନେଇଛି। ଭାରତର ନିର୍ବାଚନ ଆୟୋଗର ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟରେ ପ୍ରଥମ ଥର ପାଇଁ ୮୦ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକ ଏବଂ ୪୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ବର୍ଗର ଭୋଟରଙ୍କୁ ବିଧାନସଭା ସାଧାରଣ ନିର୍ବାଚନରେ ଘରେ ବସି ଭୋଟ ଦେବାର ସୁବିଧା ଦିଆଯିବ।
ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରବୀଣ ଗୁପ୍ତା କହିଛନ୍ତି ଯେ, ‘ଭାରତର ନିର୍ବାଚନ ଆୟୋଗ ଭେଟରଙ୍କ ପ୍ରତିଶତ ବୃଦ୍ଧି କରିବା ପାଇଁ ଏହି ନୂତନ ବିଚାର କରିଛନ୍ତି। ଏହା ଅଧୀନରେ ବୁଥ୍ ସ୍ତରର ଅଧିକାରୀମାନେ ଘରକୁ ଯାଇ ଯୋଗ୍ୟ ଭୋଟରଙ୍କୁ ଗୃହ ଭୋଟ୍ ସମ୍ବନ୍ଧରେ ସୂଚନା ପ୍ରଦାନ କରିବେ l ଏହି ସୁବିଧା କେବଳ ଏକ ବିକଳ୍ପ ଅଟେ । ଯଦି ଯୋଗ୍ୟ ଭୋଟରମାନେ ଏହି ସୁବିଧା ଚୟନ କରିବାକୁ ଚାହାଁନ୍ତି ତାହେଲେ ନେଇପାରିବେ ଅନ୍ୟଥା ସେମାନେ ବୁଥରେ ବି ଭୋଟ ଦେଇପାରିବେ l ଯଦି ଯୋଗ୍ୟ ଭୋଟର ଏହି ବିକଳ୍ପ ଚୟନ କରନ୍ତି ତେବେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ହେବାର ୫ ଦିନ ମଧ୍ୟରେ ସେମାନେ ବିଏଲଓ ସହିତ ଯୋଗାଯୋଗ କରିବେ। ଏହାପରେ ସେମାନଙ୍କୁ ବିଏଲଓ ଦ୍ୱାରା ଏକ ଫର୍ମ ଦିଆଯିବ l ଏହି ୧୨ଡି ଫର୍ମ ସେମାନଙ୍କୁ ପୂରଣ କରିବାକୁ ହେବ । ତେବେ ଯାଇ ସେମାନେ ଏହି ସୁବିଧା ପାଇବାକୁ ସକ୍ଷମ ହେବେ l