
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁଖ୍ୟ ଇଡି ନିର୍ଦ୍ଦେଶକ ରାହୁଲ ନବୀନ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି।ଭୁବନେଶ୍ୱର ବିମାନବନ୍ଦର ମଙ୍ଗଳବାର ରାତି ପାଖାପାଖି ୮ଟାରେ ପହଞ୍ଚିବେ ରାହୁଲ ନବୀନ ।ଏହାପରେ ସିଧାସଳଖ ପୁରୀ ଅଭିମୁଖେ ଗସ୍ତ କରିବେ।ମିଳିଥିବା ସୂଚନା ଅନୁଯାୟୀ ପରେ ସେ ଭୁବନେଶ୍ୱରରେ ଥିବା ଇଡି ଅଫିସକୁ ଆସି ଏକାଧିକ ପୁରୁଣା ମାମଲାର ଫାଇଲ ଖୋଲିବା ସହ ନୂଆ ମାମଲା ରୁଜୁନେଇ ଆଲୋଚନା କରିପାରନ୍ତି ଇଡି ନିର୍ଦ୍ଦେଶକ।
ଏନେଇ ବରିଷ୍ଠ ଅଧିକାରୀଙ୍କ ସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଆଲୋଚନା କରିପାରନ୍ତି। ସମସ୍ତ କାର୍ଯ୍ୟକ୍ରମ ସାରି ୨୯ ତାରିଖ ଅପରାହ୍ନ ୩ଟା ସମୟରେ ଦିଲ୍ଲୀ ଫେରିଯିବେ। ତେବେ ଇଡି ମୁଖ୍ୟଙ୍କ ଓଡ଼ିଶା ଗସ୍ତର ମୁଖ୍ୟ କାରଣ କଣ ରହିଛି ତାହା ଏବେ ସ୍ପଷ୍ଟ ଜଣା ପଡି ନାହିଁ ।