
ଆଫଗାନିସ୍ତାନରେ କ୍ରମାଗତ ଭାବରେ ଭୂକମ୍ପ ଅନୁଭୂତ ହେବାରେ ଲାଗିଛି । ଆଜି ସକାଳେ ପୁଣି ଥରେ ଆଫଗାନିସ୍ତାନ ଭୂକମ୍ପରେ କମ୍ପିତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 4.6 ମାପ କରାଯାଇଛି।
ସକାଳ 06:39 ରେ ଏହି ଭୂକମ୍ପ ଘଟିଥିଲା l ଭୂକମ୍ପର ଗଭୀରତା ପୃଥିବୀ ପୃଷ୍ଠରୁ ପ୍ରାୟ 50 କିଲୋମିଟର ତଳେ ଥିଲା। ଅତୀତରେ ଆଫଗାନିସ୍ତାନରେ ଅନେକ ଥର ଭୂକମ୍ପ ଅନୁଭୂତ ହୋଇଛି। ଅକ୍ଟୋବର 7 ରେ ଘଟିଥିବା ଭୂକମ୍ପରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ।
ଏହାପୂର୍ବରୁ ଜୁନ୍ 2022 ରେ ମଧ୍ୟ ଏଠାରେ ଭୂକମ୍ପ ଅନୁଭୂତ ହୋଇଥିଲା। ଗତ ଦୁଇ ଦଶନ୍ଧି ମଧ୍ୟରେ ଆଫଗାନିସ୍ତାନରେ ଏହା ସବୁଠାରୁ ଭୟଙ୍କର ଭୂକମ୍ପ ଥିଲା। ଏହି ଭୂକମ୍ପରେ 1000 ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ 1500 ଲୋକ ଆହତ ହୋଇଛନ୍ତି।
ଆପଣଙ୍କୁ କହିରଖୁଛୁ ଯେ, ଆଫଗାନିସ୍ତାନରେ ଏହି ସପ୍ତାହର ଦ୍ୱିତୀୟ ଭୂକମ୍ପ ହୋଇଛି । ଏହାପୂର୍ବରୁ ଅକ୍ଟୋବର 11 ରେ ଉତ୍ତର-ପଶ୍ଚିମ ଆଫଗାନିସ୍ତାନରେ 6.3 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଥିଲା। ଏଥି ସହିତ, ଅକ୍ଟୋବର 7 ରେ ପଶ୍ଚିମ ଆଫଗାନିସ୍ତାନରେ 6.1 ମ୍ୟାଗ୍ନିଚ୍ୟୁଡର ଦୁଇଟି ଭୂକମ୍ପରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଥିଲା। ବିପର୍ଯ୍ୟୟ ପ୍ରାଧିକରଣ ମୁଖପାତ୍ର ମହମ୍ମଦ ଅବଦୁଲ୍ଲା ଜାନ କହିଛନ୍ତି ଯେ ହେରାଟ ପ୍ରଦେଶର ଜେନ୍ଦା ଜନ ଜିଲ୍ଲାର ଚାରିଟି ଗ୍ରାମରେ ଏହି ଭୂକମ୍ପ ଏବଂ ଏହାର ଝଟକା ରେ ସର୍ବାଧିକ ପ୍ରଭାବ ପକାଇଛି।