
ବଲିଉଡର ସବୁଠାରୁ ଚର୍ଚ୍ଚିତ ଚେହେରା ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ। ତାଙ୍କ ବିବାହ ମଧ୍ୟ ସମସ୍ତଙ୍କ ଠାରୁ ଅନ୍ୟତମ।ଐଶ୍ୱର୍ଯ୍ୟା-ଅଭିଷେକଙ୍କ ବିରୋଧରେ ଅନେକ ଅଭିଯୋଗ ଆଣି ସେମାନଙ୍କ ବିବାହ ଉତ୍ସବରେ ଜଣେ ମଡେଲ ଅନେକ ହଙ୍ଗାମା ସୃଷ୍ଟି କରିଥିଲେ। ୧୭ ବର୍ଷରୁ ଅଧିକ ସମୟ ଧରି ଦାମ୍ପତ୍ୟ ଜୀବନ ବିତାଉଛନ୍ତିଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ।
ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ବିବାହକୁ ବନ୍ଦ କରିବା ପାଇଁ ଜଣେ ମଡେଲ ତାଙ୍କ ହାତର ଶିରା କାଟି ଦେଇଥିଲେ। ୨୦୦୭ ମସିହାରେ ଅମିତାଭ ବଚ୍ଚନଙ୍କ ବଙ୍ଗଳା ପ୍ରତୀକ୍ଷାରେ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ବିବାହ ଅନୁଷ୍ଠିତ ହୋଇଥିଲା।
ଜାହ୍ନବୀଙ୍କ ଏହି ଦାବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହା ପରେ ମଡେଲ ମଧ୍ୟ ଜୁହୁ ପୁଲିସ୍ ଷ୍ଟେସନରେ ଅଭିଷେକ ବଚ୍ଚନଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପ୍ରମାଣ ଅଭାବରୁ ମାମଲା ଦାଏର ହୋଇ ପାରି ନ ଥିଲା।
ସେ ତାଙ୍କ ହାତର ଶିରା କାଟିବାକୁ ଚେଷ୍ଟା କରିବା ପରେ ତାଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ଏହି ସମୟରେ ସେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବିରୋଧରେ ତାଙ୍କ ସ୍ୱାମୀଙ୍କୁ ଚୋରି କରିଥିବା ଅଭିଯୋଗ ଆଣିଥିଲେ। ଜାହ୍ନବୀ କପୁର ସୁସ୍ଥ ଅନୁଭବ କରିବା
ପରେ, ୧୦,୦୦୦ ଟଙ୍କା ଦେବା ପରେ ଜାହ୍ନବୀ କପୁରଙ୍କୁ ପୁଲିସ୍ ହେପାଜତରୁ ମୁକ୍ତ କରାଯାଇଥିଲା। ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବିବାହ ପରେ ଜାହ୍ନବୀ କପୁରଙ୍କୁ ଆଉ ପ୍ରତୀକ୍ଷା ବାହାରେ ଦେଖିବାକୁ ମିଳି ନ ଥିଲା। ସେ ଗଣମାଧ୍ୟମରେ କୌଣସି ମନ୍ତବ୍ୟ ମଧ୍ୟ ଦେଇ ନ ଥିଲେ।