
ରାଜ୍ୟ ସରକାର ଖରିଫ ଧାନମଣ୍ଡି ଖୋଲିଛନ୍ତି । ଆନୁଷ୍ଠାନିକ ଭାବେ ବରଗଡ଼ରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି।କୃଷକଙ୍କ ଉନ୍ନତିକୁ ଲୋକଙ୍କ ସରକାର ସର୍ବାଧିକ ଗୁରୁତ୍ଵ ଦେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଖୁସି ବ୍ୟକ୍ତ କରିଛନ୍ତି । ଆଜି ଆନୁଷ୍ଠାନିକ ଭାବେ ବରଗଡ଼ରେ ଧାନମଣ୍ଡି ଖୋଲାଯିବା ସହିତ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି। ଦଲାଲ ମୁକ୍ତ ଧାନ କିଣା, କଟନୀ ଛଟନୀ ରୋକିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବା ସହ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନକୁ ସରକାର ସୁନିଶ୍ଚିତ କରୁଛନ୍ତି।
ଆମ ସରକାର ପ୍ରତିଶ୍ରୁତି ପୂରଣ କରି ଚାଷୀଙ୍କ ଠାରୁ ୩୧୦୦ ଟଙ୍କାରେ ଧାନ କିଣିବା ସହିତ ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ନିମନ୍ତେ ମଣ୍ଡିରେ ନୋଡାଲ ଅଧିକାରୀ, କଣ୍ଟ୍ରୋଲ ରୁମ, ପାଟ୍ରୋଲିଂ ବ୍ୟବସ୍ଥା ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଶୃଙ୍ଖଳିତ ଭାବେ ଧାନ କିଣିବା ସହ ସମସ୍ତ ବ୍ୟବସ୍ଥା ଉପରେ ନଜର ରଖିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି।