
ନୂଆଦିଲ୍ଲୀ: ୨୦୨୩ ସେପ୍ଟେମ୍ବର ମାସର ପେଟ୍ରୋଲ ଓ ଡିଜେଲ ବିକ୍ରି ତାଲିକା ଜାରି କରାଯାଇଛି। ଜାରି ହୋଇଥିବା ରିପୋର୍ଟ ଅନୁସାରେ ସେପ୍ଟେମ୍ବର ମାସରେ ଡିଜେଲ ଚାହିଦା ହ୍ରାସ ହୋଇଥିବା ବେଳେ ପେଟ୍ରୋଲ, ଟିଏଏଫ୍ର ଓ ଏଲ୍ପିଜି ଚାହିଦା ବଢ଼ିଛି। ସେପ୍ଟେମ୍ବର ମାସରେ ଦେଶର କିଛି ସ୍ଥାନରେ ଉଦ୍ୟୋଗ ସମ୍ପର୍କିତ କାରବାର ମନ୍ଥର ହେବାରୁ ଡିଜେଲ ଡିମାଣ୍ଡ ୩ ପ୍ରତିଶତ ହ୍ରାସ ପାଇଛି। ଦେଶର ସର୍ବାଧୂକ ଖର୍ଚ୍ଚ ହେଉଥିବା ଡିଜେଲର ବିକ୍ରି ସେପ୍ଟେମ୍ବର ମାସରେ ୫୮.୧ ଲକ୍ଷ ଟନ୍ ହୋଇଛି। ଗତବର୍ଷ ସମାନ ଅବଧୂରେ ଡିଜେଲି ବିକ୍ରି ୫୮.୯ ଲକ୍ଷ ଟନ୍ ଥିଲା ।
ଆକଳନ ରିପୋର୍ଟ ଅନୁସାରେ ସେପ୍ଟେମ୍ବରର ପ୍ରଥମ ୧୫ ଦିନରେ ଡିଜେଲ ଡିମାଣ୍ଡ ପ୍ରତିଶତରୁ ଅଧ୍ବକ ହ୍ରାସ ହୋଇଥିଲା। କିନ୍ତୁ ବର୍ଷା କମ୍ ହେବାରୁ ଦ୍ୱିତୀୟ ୧୫ ଦିନରେ ଡିଜେଲ ଡିମାଣ୍ଡ ବଢ଼ିଥିଲା। ମାସ ଆଧାରରେ ଦେଖୁଲେ ଡିଜେଲ ବିକ୍ରି ଅଢ଼େଇ ପ୍ରତିଶତରୁ ଅଧିକ ହୋଇଛି। ଅଗଷ୍ଟ ଡିଜେଲ ବିକ୍ରି ୫୨.୭ ଲକ୍ଷ ଟନ୍ ଥିଲା।
ବର୍ଷାଦିନରେ ସାଧାରଣତଃ ଡିଜେଲ୍ର ବିକ୍ରି ହ୍ରାସ ହୋଇଥାଏ। କାରଣ କୃଷି କ୍ଷେତ୍ରରେ ଚାହିଦା କମ୍ ରହିଥାଏ। ବର୍ଷା ଅଧ୍ବକ ହେବା ଯାଗୁ ଜଳି ସିଞ୍ଚନ, ଫସଲ କାଟ ଓ ପରିବହନ ପାଇଁ ଅଧିକ ଫୁଲ ରୂପରେ ଡିଜେଲ୍ର ବ୍ୟବହାର ହୋଇଥାଏ। ତେବେ ସ୍ଥିର ଓ ଅନୁନ୍ନତ ଆର୍ଥିକ ସ୍ଥିତି ଯୋଗୁ ଆଗକୁ ଡିଜେଲ ଡିମାଣ୍ଡ ବଢିପାରେ ବୋଲି ବିଶେଷଜ୍ଞ କହିଛନ୍ତି।
ପେଟ୍ରୋଲ ଚାହିଦା ବଢ଼ିଛି ।
ରିପୋର୍ଟ ଅନୁସାରେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ପେଟ୍ରୋଲ ଡିମାଣ୍ଡ ୫.୪ ପ୍ରତିଶତ ବଢି ୨୮. ଲକ୍ଷ ଟନ ହୋଇଛି। ମାସ ଆଧାରରେ ସେପ୍ଟେମ୍ବର ମାସରେ ପେଟ୍ରୋଲ ଡିମାଣ୍ଡ ୫.୬ ପ୍ରତିଶତ ବଢ଼ିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ୨୦୨୧ର କୋଭିଡ୍ ପ୍ରଭାବିତ ସେପ୍ଟେମ୍ବର ମାସ ଠାରୁ ୨୦୨୩ ସେପ୍ଟେମ୍ବରେ ପେଟ୍ରୋଲ ଡିମାଣ୍ଡ ୧୯.୩ ପ୍ରତିଶତରୁ ଅଧିକ ରହିଛି। ସେହିପରି ମହାମାରୀ ପୂର୍ବରୁ ୨୦୧୯ ସେପ୍ଟେମ୍ବର ତୁଳନାରେ ଚଳିତ ବର୍ଷ ସେପ୍ଟେମ୍ବରରେ ୩୦ ପ୍ରତିଶତ ଅଧ୍ବକ ଡିମାଣ୍ଡ ରହିଥିଲା।
ଏଟିଏଫ୍(ବିମାନ ଇନ୍ଧନ)ର ଚାହିଦା ବଢ଼ିଛି।
କେବଳ ପେଟ୍ରୋଲ ନୁହେଁ, ଯାତ୍ରୀ ସଂଖ୍ୟା ବଢ଼ିବାରୁ ସେପ୍ଟେମ୍ବର ମାସରେ ବିମାନ ଇନ୍ଧନ ଚାହିଦା ୭.୫ ପ୍ରତିଶତ ବଢ଼ି ୫,୯୨,୫୦୦ ଟନ୍ ହୋଇଛି। ୨୦୨୧ ସେପ୍ଟେମ୍ବର ଠାରୁ ଏହା ୫୫.୨ ପ୍ରତିଶଥ ଅଧ୍ବକ । ସେହିପରି ୨୦୧୯ ସେପ୍ଟେମ୍ବର ତୁଳନାରେ ୩.୫୫ ପ୍ରତିଶତ କମ୍ ରହିଛି।
ରୋଷେଇ ଗ୍ୟାସ୍ ଚାହିଦାରେ ବୃଦ୍ଧି
ବାର୍ଷିକ ଆଧାରରେ ରୋଷେଇ ଗ୍ୟାସ୍ ଅର୍ଥାତ୍ ଏଲ୍ପିଜି ଗ୍ୟାସ୍ ଚାହିଦା ବଢ଼ି ୨୬.୭ ଲକ୍ଷ ଟନ ହୋଇଛି। ସେପ୍ଟେମ୍ବର ୨୦୨୧ ତୁଲନାରେ ଏଲ୍ପିଜିର ଖର୍ଚ୍ଚ ୧୧.୪ ପ୍ରତିଶତ କୋଭିଡ ପୂର୍ବରୁ ୨୦୧୯ ସେପ୍ଟେମ୍ବର ତୁଳନାରେ ଏହା ୨୩.୩ ପ୍ରତିଶତ ଅଧିକ ରହିଛି। ମାସିକ ଆଧାରରେ ଏଲ୍ପିଜି ୭.୩ ପ୍ରତିଶତ ବଢ଼ିଛି। ଅଗଷ୍ଟରେ ଏଲ୍ପିଡି ଡିମାଣ୍ଡ ୨୪.୯ ଲକ୍ଷ ଟନ ଥିଲା।
ଏପ୍ରିଲ ଏବଂ ମେ ମାସରେ ଡିଜେଲ ବ୍ୟବହାର ଯଥାକ୍ରମେ ୬.୭ ପ୍ରତିଶତ ଏବଂ ୯.୩ ପ୍ରତିଶତ ବୃଦ୍ଧି ପାଇଥିଲା। କାରଣ ସେହି ସମୟରେ କୃଷି କ୍ଷେତ୍ରର ଚାହିଦା ଅଧିକ ରହିଥିଲା। ଏହା ବ୍ୟତୀତ, ଗ୍ରୀଷ୍ମ ଯୋଗୁ କାରରେ ଏୟାର କଣ୍ଡିସନରର ବ୍ୟବହାର ବୃଦ୍ଧି ପାଇଥିଲା।