 
        କଟକ: କାଠଯୋଡ଼ି ବାଲିପଠାରେ ଶୋଇଛି କୁମ୍ଭୀର | ଶୁଖିଲା ବାଲି ଉପରେ ଦେଖିବାକୁ ମିଳିଛି। ଦୀର୍ଘ ସମୟ ଧରି ଶୋଇଛି ଥଣ୍ଟିଆ କୁମ୍ଭୀର | କୁମ୍ଭୀରକୁ ଦେଖିବା ଲାଗି ଲୋକମାନେ ଭିଡ଼ ଜମାଇଛନ୍ତି | କେଉଁଠୁ ଆସିଲା କୁମ୍ଭୀର ? ତେବେ କୁମ୍ଭୀର ଦେଖି ଲୋକେ ଭୟଭୀତ ହୋଇ ଯାଇଛନ୍ତି |
ଆଜି କାଠଯୋଡି ନଦୀର ତ୍ରିଶୁଳିଆ ବ୍ରିଜ୍ଠାରୁ ଅଳ୍ପ ଦୂରରେ ବାରଙ୍ଗ ସୁବାଷ ସେତୁ ତଳେ କୁମ୍ଭୀରଟି ଶୋଇଥିବା ଦେଖିବାକୁ ମିଳିଥିଲା | ଖବର ପ୍ରଚାର ହେବ ପରେ କୁମ୍ଭୀର ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା | ଗତ ଦୁଇ ଦିନ ଭିତରେ ଦୁଇ ଦୁଇ ଜଣ ନଦୀକୁ ଡେଇଁଥିବା ସ୍ଥାନରେ ଏହି କୁମ୍ଭୀର ଟି ଦେଖିବାକୁ ମିଳିଛି l 
ତେବେ ବଢି ପାଣିରେ କୁମ୍ଭୀର ଟି ଚାଲି ଆସିଥିବା କୁହାଯାଉଛି l କୁମ୍ଭୀରକୁ ନେଇ ଲୋକଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି l ନଦୀକୁଳିଆ ଲୋକଏବଂ ବୋଲବମ ଯାଉଥିବା କାଉଡିଆ ଭାଇ ମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି ଳ
ବନ ବିଭାଗ ଖବର ପାଇ ପହଂଚିଛି | କୁମ୍ଭୀରର ଗତିବିଧି ଉପରେ ନଜର ରଖିଛି |
 
         
         
         
         
         
        