
ନିଜକୁ ଆଇବି ଇନ୍ସପେକ୍ଟର କହି ଦେଉଥିଲେ ପରିଚୟ |ଯୁବତୀ ଓ ମହିଳାଙ୍କୁ ନିଜ ପ୍ରେମ ଜାଲରେ ଫସୁଥିଲେ | । ଫୋନ କରି ଯୁବତୀ ଓ ମହିଳାଙ୍କୁ ପ୍ରେମ ନିବେଦନ କରୁଥିଲେ । ମହିଳାଙ୍କୁ ବିବାହ କରି ସେମାନଙ୍କଠାରୁ ଟଙ୍କା ନେଇ ସେମାନଙ୍କ ନାଁରେ ଲୋନ୍ ଉଠାଇ ବ୍ୟବସାୟ କରିବା ସହିତ ମଉଜ କରୁଥିଲେ ଏହି ଠକ | ତେବେ କଥା ଏତିକିରେ ସରିଯାଇ ନଥିଲା , ୫ ଜଣଙ୍କୁ ବିବାହ କରିଥିବା ବେଳେ ପ୍ରେମ ଲାଇନରେ ଥିଲେ ଆହୁରି ୪୯ ମହିଳା । ହେଲେ ଗୋଟିଏ ଭୁଲ ଫୋନ କଲ୍ ପୁରା ଖେଳକୁ ବିଗାଡି ଦେଲା । ନୂଆ ପ୍ରେମିକା କରିବା ଲାଗି ଜଣେ ମହିଳା ପୋଲିସଙ୍କ ସହ କଥା ହେଉ ହେଉ ପୁରା ମାମଲା ସାମ୍ନାକୁ ଆସିଥିଲା । ଆଉ ଧିରେ ଧିରେ ହୋଇଥିଲା ଏହି ଘଟଣାର ପର୍ଦାଫାସ। ଧରାପଡିଯାଇଥିଲା ଛଦ୍ମବେଶୀ ଯୁବକ ।ପୋଲିସ କମିସନରେଟ ଦ୍ୱାରା କରାଯାଇଥିବା ‘ଅପରେସନ ମଜନୁ’ରେ ଧରାପଡିଥିଲା ଛଦ୍ମବେଶୀ ୫ସ୍ତ୍ରୀଙ୍କ ସ୍ୱାମୀ ସତ୍ୟଜୀତ ସାମଲ | ଠକ ସତ୍ୟଜିତ ନାଁରେ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ରୁଜୁ ହୋଇଛି ୨ଟି ମାମଲା | ସୂଚନା ଅନୁଯାଇ ଅଭିଯୁକ୍ତର ଘର ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରେ। ଏବେ ସେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ରହୁଥିଲେ |
ଅଭିଯୁକ୍ତଙ୍କଠାରୁ ନଗଦ ୨ ଲକ୍ଷ ୧୦ ହଜାର ଟଙ୍କା, ଏକ ଧଳା ରଙ୍ଗର ବୋଲେନୋ କାର, ଏକ ବୁଲେଟ୍, ଏକ ଛୋଟ ବନ୍ଧୁକ, ଗୁଳି, ତିନିଟି ମୋବାଇଲ ଫୋନ୍ ଓ ୨ଟି ବିବାହ ଏଗ୍ରିମେଣ୍ଟ ପେପର ଜବତ କରାଯାଇଛି। ଏହା ସହିତ ତାଙ୍କର ତିନିଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରାଯାଇଛି। ବିଭିନ୍ନ ଟ୍ରାଭେଲ୍ସରେ ଲାଗିଥିବା ତାଙ୍କର ଆହୁରି ୩ଟି କାରକୁ ଚିହ୍ନଟ କରାଯାଇଛି। ସେଗୁଡ଼ିକୁ ମଧ୍ୟ ଜବତ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି। ଯେତେବେଳେ ଘଟଣା ସମ୍ପର୍କରେ ଜଣାପଡ଼ିଲା ଅଭିଯୁକ୍ତକୁ ଧରିବା ପାଇଁ ଜାଲ ବିଛାଇଥିଲା ପୁଲିସ। ଜଣେ ମହିଳା ପୁଲିସଙ୍କ ସହ ଚାଟିଙ୍ଗ କରି ଅଭିଯୁକ୍ତକୁ ଦୁବାଇରୁ ଭୁବନେଶ୍ୱର ଡକାଯାଇଥିଲା। ଡେଟରେ ଦୁବାଇରୁ ଭୁବନେଶ୍ୱର ଆସିବା ପରେ ଅଭିଯୁକ୍ତକୁ ବାନ୍ଧିଛି ପୁଲିସ। ୩୪ ବର୍ଷୀୟ ଏହି ଯୁବକ ଚନ୍ଦ୍ରଶେଖପୁରରେ ରୁହେ ଓ ଅଭିଯୁକ୍ତ ଠାରୁ ୨ଲକ୍ଷ ୧୦ହଜାର ଟଙ୍କା ସହ କାର, ବନ୍ଧୁକ, ଗୁଳି ଓ ବୁଲେଟ ସିଜ ହୋଇଛି, ୩ ବ୍ୟାଙ୍କ ଆକାଉଣ୍ଟ ସହ ଏଗ୍ରିମେଣ୍ଟ ପେପର ସିଜ ହୋଇଛି।
ଖବର ମୁତାବକ ଜୀବନସାଥୀ ମାଟ୍ରିମୋନିଆଲ ସାଇଟ୍ ଜରିଆରେ ଅଭିଯୁକ୍ତଙ୍କ ସହିତ ସେମାନଙ୍କର ପରିଚୟ ହୋଇଥିଲା। ସେମାନଙ୍କ ସହିତ ଚାଟିଂ କରିବା ପରେ ସେ ସେମାନଙ୍କୁ ବାହା ହେବାକୁ ରାଜି ହୋଇଥିଲେ। ଏହା ପରେ ଅଭିଯୁକ୍ତ ସେମାନଙ୍କ ସହିତ ସଂପର୍କ ରଖିଥିଲେ ଓ ସେମାନଙ୍କଠାରୁ ପଇସାପତ୍ର ସହିତ ଗାଡ଼ି ନେଇଥିଲେ। ଅଭିଯୁକ୍ତ ମହିଳାମାନଙ୍କ ସହିତ ସଂପର୍କ ରଖିଥିଲେ ଓ ସେମାନଙ୍କଠାରୁ ପଇସାପତ୍ର ସହିତ ଗାଡ଼ି ନେଇଥିଲେ। ଏହି ଦୁଇ ମହିଳାଙ୍କ ମଧ୍ୟରୁ ଅଭିଯୁକ୍ତ ଜଣଙ୍କଠାରୁ ୩୬ ଲକ୍ଷ ଟଙ୍କା ଓ ବୋଲେନୋ କାର ନେଇଥିବା ବେଳେ ଅନ୍ୟ ଜଣଙ୍କଠାରୁ ୮ ଲକ୍ଷ ଟଙ୍କା ଓ ଏକ ବୁଲେଟ ନେଇଛନ୍ତି। ଏହି ଦୁଇ ମହିଳାଙ୍କ ଏତଲା ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମାଟ୍ରିମୋନିଆଲ ସାଇଟ୍ରେ ଯାଞ୍ଚ କଲା ପରେ ଆମେ ଜାଣିବାକୁ ପାଇଲୁ ଯେ ମୋଟ ୪୯ ଜଣ ମହିଳାଙ୍କ ସହ ଚାଟିଂ ବା ବିଭିନ୍ନ ସ୍ତରରେ ସଂପର୍କରେ ଅଛନ୍ତି। ଦୁଇ ଜଣ ଆନୁଷ୍ଠାନିକ ଭାବେ ଏତଲା ଦେଇଥିବା ବେଳେ ଆମେ ଫୋନ୍ କରି ଆଉ ଦୁଇ ଜଣ ମହିଳାଙ୍କୁ ପଚାରିବାରେ ଅଭିଯୁକ୍ତ ସେମାନଙ୍କ ସହିତ ଏଗ୍ରିମେଣ୍ଟ କରି ବାହା ହୋଇଥିବା ଜଣାପଡ଼ିଛି। ଏହି ଦୁଇ ମହିଳାଙ୍କ ମଧ୍ୟରୁ ଜଣେ କୋଲାକାତାର ଓ ଅନ୍ୟ ଜଣେ ଦିଲ୍ଲୀର।