
ଭୁବନେଶ୍ଵର: ଆଜି ଭଳି ଦିନରେ କେଶ କୁ କାହାର ବା ଲୋଭ ନାହିଁ । ଖାସ କରି ମହିଳା ମାନେ ନିଜ କେଶ ପ୍ରତି ଖୁବ ସଚେତନ ଥାନ୍ତି । ଆଜି ଭଳି ଦିନ ମାନଙ୍କରେ ସମସ୍ତଙ୍କର କେଶ ଝଡ଼ିବା ସମସ୍ୟା ଦେଖା ଯାଉଛି l ଏମିତିରେ ସେମାନେ ନିଜ କେଶର ସୁରକ୍ଷା ପାଇଁ ବିଭିନ୍ନ ପ୍ରକାରର ଉପାୟକୁ ବାଛିଥାନ୍ତି । ତେବେ ଅତ୍ୟଧିକ କେମିକାଲ ବ୍ୟବହାର କଲେ ଏହାର ଖରାପ ପ୍ରଭାବ ପକାଇଥାଏ କେଶ ଉପରେ । ତେଣୁ ଆମେ ଆଜି ଆପଣଙ୍କୁ ଏକ ନାଚୁରାଲ ହେୟାର କେୟାର ରିମେଡ଼ି ଜଣାଇବୁ । ଯାହାକୁ ଆପଣାଇ ଆପଣ ନିଜ କେଶକୁ ମଜବୁତ କରିବା ସହିତ ଏହାକୁ କଲର ମଧ୍ୟ କରିପାରିବେ । ଏହା ଦ୍ୱାରା କେଶର ଚମକ ଆସିବା ସହିତ କେଶ ଝଡ଼ିବା ଭଳି ସମସ୍ୟା ଦୂର ହେବ l
କେଶକୁ କଲର କରିବା ପାଇଁ ଅଧିକାଂଶ ସମୟରେ ମହିଳାମାନେ କେମିକାଲ କଲର ବ୍ୟବହାର କରି ହଇରାଣ ହରକତ ମଧ୍ୟ ହୋଇଥାନ୍ତି । ଯାହା କେଶ ପାଇଁ ହାନୀକାରକ ହୋଇଥାଏ । ଯଦିଓ କେଶ କଲର୍ ପାଇଁ ମେହେନ୍ଦୀ ବ୍ୟବହାର କରାଯାଇପାରେ । ତେବେ ମେହେନ୍ଦୀର କଲର କେଶକୁ ଅଲଗା ପ୍ରକାର ଲାଲ୍ କରିଥାଏ । ଯାହା ବେଳେ ବେଳେ ମହିଳା ତଥା ପୁରୁଷ ଙ୍କୁ ଭଲ ଲାଗିନଥାଏ l ପ୍ରାକୃତିକ ଉପାୟରେ କେଶକୁ କଲର କରିବାର ବହୁତ ସୁନ୍ଦର ଉପାୟ ରହିଛି । ଆପଣ ଲାଲ୍ ମନ୍ଦାର ଫୁଲକୁ ବ୍ୟବହାର କରି ନେଚୁରାଲ୍ ଭାବେ କେଶକୁ ରଙ୍ଗୀନ କରିପାରିବେ । ଏହାଦ୍ୱାରା ଆପଣଙ୍କ କେଶ ନେଚୁରାଲ୍ କଲର୍ ପାଇବା ସହ କେଶ ସୁନ୍ଦର, ମୁଲାୟମ୍ ଓ ସାଇନିଂ କରିବ । ଆସନ୍ତୁ ଜାଣିବା ମନ୍ଦର ଫୁଲ ବ୍ୟବହାର କରି କିପରି କରିବେ କେଶକୁ ରଙ୍ଗୀନ ।
ସାମଗ୍ରୀ :
- ଲାଲ୍ ମନ୍ଦାର ଫୁଲର ପାଖୁଡ଼ା- ୧ରୁ ୨ କପ୍
- ପାଣି ଆବଶ୍ୟକ ଅନୁସାରେ
- ଏକ ସ୍ପ୍ରେ ବୋତଲ୍
ନେଚୁରାଲ୍ ହେୟାର କଲର ତିଆରି କରିବାର ବିଧି :
- ପ୍ରଥମେ ପାଣିକୁ ପ୍ୟାନ୍ରେ ଗରମ କରନ୍ତୁ ।
- ପାଣି ଫୁଟି ପଡ଼ିବା ପରେ ଏହାକୁ ତଳକୁ ଆଣି ମନ୍ଦାର ଫୁଲ୍ର ପାଖୁଡା ଏଥିରେ ପକାନ୍ତୁ ।
- ପାଣିରେ କଲର ସବୁ ବାହାରିବା ପର୍ଯ୍ୟନ୍ତ ଏହାକୁ ପାଣିରେ ପକାଇ ରଖ ।
- ପାଣି ପୁରା ଲାଲ୍ ହୋଇଗଲେ ଏହାକୁ ଛାଣି ସ୍ପ୍ରେ ବୋତଲରେ ରଖନ୍ତୁ ।
ବ୍ୟବହାର କରିବାର ତରିକା :
- ପ୍ରଥମେ କେଶକୁ ସାମ୍ପୋ ଓ କଣ୍ଡିସନର କରି ଭଲଭାବେ ଶୁଖାଇ ଦିଅନ୍ତୁ ।
- ପୁଣି ଶୁଖିଲା କେଶରେ ସ୍ପ୍ରେ ସାହାଯ୍ୟରେ କଲର୍ କୁ ଲଗାନ୍ତୁ ।
- ଆପଣ ଚାହିଁଲେ ଏହାକୁ ପୁରା କେଶରେ କିମ୍ବା ଅଳ୍ପ କେଶରେ ଲଗାଇ ପାରିବେ ।
- ଏହାପରେ ଏହାକୁ ୧ ଘଣ୍ଟା ପାଇଁ କେଶରେ ଛାଡି ଦିଅନ୍ତୁ ।
- ପରେ ଏହାକୁ ନର୍ମାଲ ପାଣିରେ ଧୋଇ ନେଚୁରାଲ ଉପାୟରେ ଶୁଖାନ୍ତୁ ।
- କେଶକୁ ଖରାରେ ଶୁଖାଇବା ଦ୍ୱାରା ଏହାର ରଙ୍ଗ ଆହୁରି ଭଲ ଆସିବ । ସବୁବେଳେ ଏହାକୁ ସାମ୍ପୋ କରା ସଫା ବାଳ ଉପରେ ଲଗାନ୍ତୁ । କିଛି ଦିନ ପାଇଁ ବାଳକୁ ଧୁଅନ୍ତୁ ନାହିଁ । ଏହି ରଙ୍ଗ ବାଳରେ ୨/୩ ମାସ ଯାଏ ରହିବ ।