
ଭୁବନେଶ୍ୱର : ମିଶନ ଶକ୍ତି ମା’ମାନଙ୍କ ପାଇଁ ୩ଟି ବଡ଼ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ଜୀବନ ଧାରଣର ବିକାଶ ପାଇଁ ଅନେକ ନୂଆ ଯୋଜନା ଆରମ୍ଭ କରିଛନ୍ତି । ମିଶନ ଶକ୍ତି ବଜାରର ଶୁଭାରମ୍ଭ କରିଛନ୍ତି । ବିନା ସୁଧରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଶନ ଶକ୍ତି ଋଣ ମିଳିବ ମା’ମାନଙ୍କୁ । ଯେଉଁମାନେ ପୂର୍ବରୁ ଋଣ ବାବଦ ସୁଧ ଭରିଥିବେ, ସେମାନଙ୍କ ସୁଧ ଟଙ୍କା ଫେରସ୍ତ ହେବ ।
ମିଶନ ଶକ୍ତି ମାଧ୍ୟମରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ (SHG)ଙ୍କୁ ଅନେକ ସୁବିଧା ସୁଯୋଗ ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସ ଫଳରେ ରାଜ୍ୟର ୭୦ ଲକ୍ଷରୁ ଅଧିକ ମହିଳା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟଇ କରିପାରିଛନ୍ତି ।
ତେବେ ଏହା ମଧ୍ୟର ମିଶନ ଶକ୍ତି ମାଆମାନଙ୍କୁ ମୁଖ୍ୟମନ୍ତ୍ରୀ ୩ଟି ବଡ଼ ଉପହାର ଦେଇଛନ୍ତି । ମିଶନ ଶକ୍ତି ସଦସ୍ୟମାନଙ୍କୁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ । ୧୪୫ କୋଟି ଟଙ୍କାର ସୁଧ ଫେରସ୍ତ କରାଯିବ । ୭୩୦ କୋଟି ଟଙ୍କାର ୟୁନିଫର୍ମ ଓ ବ୍ଲେଜର ସହାୟତା ପ୍ରଦାନ କରାଯାଇଛି । ୫ ବର୍ଷରେ ରାଜ୍ୟରେ ୫ ହଜାର ମିଶନ ବଜାର ଖୋଲାଯିବ । ଏହି ଅବଧି ମଧ୍ୟରେ ୭୫ ହଜାର କୋଟିର ଋଣ ଯୋଗାଇ ଦିଆଯିବ । ଏକ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଏ ବାବଦରେ ଘୋଷଣା କରିଛନ୍ତି ।
ମହିଳା ସଶକ୍ତିକରଣ ନେଇ ଏଭଳି ଐତିହାସିକ ନିଷ୍ପତ୍ତି ନିଆଯାଇଛି । ୟୁନିଫର୍ମ ସହାୟତା ରାଶି ବାବଦରେ ୨୦୨୩-୨୪ରେ ମିଶନ ଶକ୍ତି ବିଭାଗକୁ ରାଜ୍ୟ ସରକାର ୭୩୦ କୋଟି ଟଙ୍କା ଦେବେ । ଏହି ବଜାର ମିଶନ ଶକ୍ତି ମା’ମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ଓ ସମୃଦ୍ଧ କରିବାରେ ସହାୟକ ହେବ ।